ମାର୍ଚ୍ଚ ୩୧ଯାଏ ପଶ୍ଚିମବଙ୍ଗରେ ତାଲା: ଆଇନ ନମାନିଲେ ଦଣ୍ଡ
କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଦିନ କୋଲକାତା ଏବଂ ପଶ୍ଚିମବଙ୍ଗର ଅନ୍ୟାନ୍ୟ ସହରାଞ୍ଚଳରେ ଲାଗିଥିବା ଲକଡାଉନ କଟକଣାକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଢ଼ାଇଦେଇଛନ୍ତି। ପରିସ୍ଥିତିର ଆକଳନ କରିବା ପରେ ଆଜି ଅପରାହ୍ନ ୫ଟାରୁ ସମଗ୍ର ରାଜ୍ୟରେ ଲକଡାଉନ ବୃଦ୍ଧି କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ବୋଲି ମମତା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।ସେହିପରି ଲକଡାଉନ କଟକଣାକୁ ଭାଙ୍ଗିବା ଅଭିଯୋଗରେ କୋଲକାତାରେ ପ୍ରାୟ ୨୫୫ ଜଣଙ୍କୁ ଗିରଫ କରାଯାଇଛି । ଯେଉଁମାନେ ଲକଡାଉନ୍ ଆଦେଶ ସତ୍ତ୍ୱେ କୌଣସି କାମ ନଥାଇ ବାହାରେ ବୁଲୁଥିଲେ ସେମାନଙ୍କୁ ଗିରଫ କରାଯାଇଛି |