ଆସନ୍ତା ୨ମାସ ମଧ୍ୟରେ ପାକିସ୍ତାନରେ କାରୋନା ସଂକ୍ରମିତଙ୍କ ସଂଖ୍ୟା ୨କୋଟି ଛୁଇଁବାର ଆଶଙ୍କା
ଇସଲାମାବାଦ୍: ଅର୍ଥନୀତିର ଚାପ ଭିତରେ ପାକିସ୍ତାନ ସରକାର କରୋନା ସଂକ୍ରମଣ ରୋକିବା ଲାଗି ଉଦ୍ୟମ ଜାରି ରଖିଛନ୍ତି। ଏହା ଉପରେ ନିୟନ୍ତ୍ରଣ ଅଣା ନ ଗଲେ ଆସନ୍ତା ୨ ମାସ ମଧ୍ୟରେ ଜୁନ୍ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୨କୋଟି ଛୁଇଁବାର ଆଶଙ୍କା ରହିଛି ବୋଲି ବିଶେଷଜ୍ଞ ସୂଚନା ଦେଇଛନ୍ତି। ସମ୍ପ୍ରତି ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୯୦୦ ଟପିଛି। ସେଥିମଧ୍ୟରୁ ସିନ୍ଧ୍ ପ୍ରଦେଶରେ ୩୯୪, ପଞ୍ଜାବରେ ୨୪୯, ବାଲୁଚିସ୍ତାନରେ ୧୧୦, ଗୁଲାମ କଶ୍ମୀରରେ ୭୨, ଖୈବର ପଖତୁଖ୍ବାରେ ୩୮ ଏବଂ ଇସଲାମାବାଦ୍ରେ ୧୫ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ପାକିସ୍ତାନରେ ସମ୍ପୂର୍ଣ୍ଣ ଲକ୍ଡାଉନ୍ ସମ୍ଭବ ହୋଇପାରୁ ନ ଥିବାରୁ ଆଗାମୀ ଦିନରେ ସଂକ୍ରମିତଙ୍କ ସଂଖ୍ୟା ବହୁଗୁଣା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି।