କରୋନା ମୁକାବାଲା ପାଇଁ ନବରାତ୍ରି ବ୍ରତ କରିବେ ପ୍ରଧାନମନ୍ତ୍ରୀ

An Independent Media
ମା’ଙ୍କ ନିକଟରେ ଦେଶବାସୀଙ୍କ ଆରୋଗ୍ୟ କାମନା କରିବେ ମୋଦୀ

ନୂଆଦିଲ୍ଲୀ: କରୋନା ମୁକାବିଲା କରିବା ପାଇଁ ମଧ୍ୟରାତ୍ରୀରୁ ଲକ୍‌ଡାଉନ୍ ହୋଇଛି ସାରା ଦେଶ। ସେହିପରି ନବରାତ୍ରୀ ପୂଜା ଆଜିଠୁ ଆରମ୍ଭ ହେଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମା’ଙ୍କ ପୂଜା କରିବେ। କରୋନା ମୁକାବିଲା କରିବା ପାଇଁ ଓ ଦେଶବାସୀଙ୍କ ଆରୋଗ୍ୟ କାମନା ମା’ଙ୍କ ପାଖରେ କରିବେ ବୋଲି ପ୍ରଧାନମନ୍ତ୍ରୀ ବୁଧବାର ସକାଳେ ଟୁଇଟ୍ କରି କହିଛନ୍ତି।ସାରା ଦେଶରେ ଏହି ସମୟରେ ପର୍ବ ପାଳନ କରାଯାଏ। ହେଲେ ଏବେର ସ୍ଥିତିରେ ପର୍ବ ପାଳନ କରିବା ସମ୍ଭବ ନୁହେଁ। ବରଂ କରୋନା ଭଳି ଘାତକ ଭାଇରସ ସହ ଦେଶବାସୀ ଲଢ଼େଇ କରୁଛନ୍ତି। ଦୀର୍ଘବର୍ଷ ହେବ ସେ ମା’ଙ୍କ ଆରାଧନା କରି ଆସୁଛନ୍ତି। ଚଳିତବର୍ଷ ସେ ମାନବିକତାର ଆରାଧନା କରିବେ। କରୋନା ମୁକାବିଲା ପାଇଁ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ, ପୁଲିସ ଏବଂ ମିଡିଆ ମଧ୍ୟ ସାମିଲ୍ ହୋଇଛି। ଏମାନଙ୍କର ସ୍ୱାସ୍ଥ୍ୟ, ସୁରକ୍ଷା ଏବଂ ସଫଳତା କାମନା କରୁଛି ବୋଲି ମୋଦୀ ଟୁଇଟ୍ କରି କହିଛନ୍ତି।

error: Thank You Keep Visiting