ଆଫଗାନିସ୍ତାନରେ ଆତଙ୍କବାଦୀ ଆକ୍ରମଣ :୨୫ମୃତ
କାବୁଲ: ବୁଧବାର ଦିନ ଆଫଗାନିସ୍ତାନର କାବୁଲର ଶୋର ବଜାରରେ ଥିବା ଏକ ଗୁରୁଦ୍ୱାର ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି | ଏହି ଆକ୍ରମଣରେ ୨୫ ଜଣଙ୍କର ମୃତ୍ୟୁ ଘଟିଛି। ଆକ୍ରମଣକାରୀମାନେ ସଂଖ୍ୟାଲଘୁ ସମ୍ପ୍ରଦାୟ ହିନ୍ଦୁ ଏବଂ ଶିଖ୍ ରହୁଥିବା କାବୁଲର ଶୋର ବଜାର ଅଞ୍ଚଳରେ ଏକ ଗୁରୁଦ୍ବାରକୁ ଟାର୍ଗେଟ କରିଥିଲେ। ବନ୍ଧୁକଧାରୀ ଗୁରୁଦ୍ବାରରେ ପଶି ଆଖିବୁଜା ଗୁଳିଚାଳନା କରିଥିଲେ। ଫଳରେ ସମାଗତ ଶ୍ରଦ୍ଧାଳୁଙ୍କୁ ମଧ୍ୟରୁ ୨୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଏହି ଆକ୍ରମଣରେ ୮ ଜଣ ମଧ୍ୟ ଆହତ ହୋଇଛନ୍ତି।