ଲତା ମଙ୍ଗେସକର ଭୂମି ପୂଜନର ଶ୍ରେୟ ଦେଲେ ମାନନୀୟ ଲାଲକୃଷ୍ଣ ଆଡଭାନୀଙ୍କୁ

An Independent Media

ନୂଆଦିଲ୍ଲୀ : ଆଜି ପ୍ରଭୁ ରାମଙ୍କ ମନ୍ଦିର ପାଇଁ ଭୂମି ପୂଜା ଅବସରରେ ସୁପ୍ରସିଦ୍ଧ ଗାୟିକା ଲତା ମଙ୍ଗେସକର ଟ୍ୱିଟ କରି କହିଛନ୍ତି ଆଜି ଆମ ହୃଦୟର ସ୍ପନ୍ଦନ ଓ ନିଶ୍ୱାସ କହୁଛି ଜୟ ଶ୍ରୀରାମ। । ଆଜି ମୋ ପରିବାର ଓ ସାରା ଦୁନିଆ ବହୁତ ଖୁସି, ଯେପରି ହୃଦୟର ପ୍ରତି ସ୍ପନ୍ଦନ ଜୟଶ୍ରୀରାମ କହିବା ଭଳି ଅନୁଭବ ହେଉଛି। ସେ ଆହୁରି ମଧ୍ୟ କହିଛନ୍ତି, ଆଜି କରୋନା ମହାମାରୀ ପାଇଁ ହୁଏତ ଲକ୍ଷ ଲକ୍ଷ ଭକ୍ତ ସେଠାକୁ ଯାଇପାରି ନାହାନ୍ତି। ମାତ୍ର ସଭିଁଙ୍କ ମନରେ ଓ ଧ୍ୟାନରେ କେବଳ ପ୍ରଭୁ ଶ୍ରୀରାମ ହିଁ ରହିବେ। ଏହାସହ ମୁଁ ଏଥିପାଇଁ ମଧ୍ୟ ଖୁସି ଏହି ସମାରୋହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ହୋଇଛି।
ସେ ଆହୁରି ମଧ୍ୟ ପୋଷ୍ଟ କରି ଲେଖିଛନ୍ତି, ନମସ୍କାର, ବହୁ ରାଜାଙ୍କ, ଅନେକ ପିଢିର ଓ ବିଶ୍ୱର ବହୁ ଭକ୍ତଙ୍କର ବହୁଦିନର ସ୍ୱପ୍ନ ପୂରଣ ହୋଇଛି। ଦୀର୍ଘଦିନ ଅପେକ୍ଷା ପରେ ଆଜି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରର ନିର୍ମାଣ ହେବାକୁ ଯାଉଛି। ଆଜି ଶିଳାନ୍ୟାସ ହୋଇଛି। ଏହାର ଶ୍ରେୟ ମାନନୀୟ ଲାଲକୃଷ୍ଣ ଆଡ଼ବାଣୀ ଓ ଅନ୍ୟ ବହୁ ବିଶିଷ୍ଟମାନଙ୍କୁ ମଧ୍ୟ ଯାଉଛି।

error: Thank You Keep Visiting