କରୋନା ଦେଖିନି ନିଉଜଲାଣ୍ଡ

An Independent Media

ୱେଲିଂଟନ: ଯେତେବେଳେ ସାରା ବିିଶ୍ଵ କରୋନା ଭୂତାଣୁ ପରି  ମହାମାରୀ ସହ ଲଢ଼ୁଛି ଓ ଅର୍ଥବ୍ୟବସ୍ଥା ଭୁଷୁଡିପଡ଼ିଛି  ସେହି ଦେଶଗୁଡ଼ିକ ଲାଗି ନ୍ୟୁଜିଲାଣ୍ଡ ଏକ ଉଦାହରଣ । ଏହି ଦେଶରେ ଗତ ୧୦୦ ଦିନରେ  ଗୋଟିଏ ବି କରୋନା ସଂକ୍ରମଣ ମାମଲା ନଜରକୁ ଆସିନାହିଁ । ନ୍ୟୁଜିଲାଣ୍ଡରେ ମାର୍ଚ ମାସ ଶେଷଆଡକୁ  ଅତ୍ୟନ୍ତ କଠୋର ଭାବରେ ଲକ୍ଡ଼ାଉନ ଜାରି କରାଯାଇଥିଲା ଓ ଏହା କରୋନା ସଂକ୍ରମଣ ରୋକିବାରେ ସଫଳ  ହୋଇ ପାରିଛି । ଦେଶରେ ଲକଡ଼ାଉନ ଲାଗୁ ହେବା ବେଳକୁ ସଂକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୦୦ ମଧ୍ୟରେ ଥିଲା । ଏହାପରେ ନ୍ୟୁଜିଲାଣ୍ଡ ଲକ୍ଡ଼ାଉନ ଜାରି କରିଥିଲା। ଏହା ମଧ୍ୟ କରୋନା ନିୟନ୍ତ୍ରଣରେ ସଫଳ ସାବ୍ୟସ୍ତ ହୋଇଛି । ଗତ ୧୦୦ ଦିନରେ ବିଦେଶରୁ ଫେରିଥିବା କିଛି ବ୍ୟକ୍ତିଙ୍କ ବ୍ୟତୀତ ଘରୋଇସ୍ତରରେ ଗୋଟିଏ ବି ସଂକ୍ରମଣ ନଜରକୁ ଆସିନାହିଁ । ଯେଉଁମାନେ ବିଦେଶରୁ ଆସିଥିଲେ, ସେମାନଙ୍କୁ କ୍ବାରେଣ୍ଟାଇନ ସେଣ୍ଟରରେ ରଖା ଯାଇଥିଲା ଓ ସେଠାରେ ଚିକିତ୍ସା କରାଯାଇଥିଲା ।

ୟୁନିଭରସିଟି ଅଫ୍ ଓଟାଗୋର ମହାମାରୀ ବିଶେଷଜ୍ଞ ପ୍ରଫେସର ମାଇକେଲ ବେକରଙ୍କ ସୂଚନା ଅନୁସାରେ ବିଜ୍ଞାନ ଓ ସଫଳ ରାଜନୈତିକ ନେତୃତ୍ଵ ଯୋଗୁଁ ଏହା  ସମ୍ଭବ ହୋଇ ପାରିଛି । ଯେଉଁ ଦେଶରେ ସଂକ୍ରମଣ ନିୟନ୍ତ୍ରଣ ହୋଇଛି ସେହି ଦେଶରେ ସଫଳ ରାଜନୈତିକ ନେତୃତ୍ଵ ଓ ବିଜ୍ଞାନର ମିଶ୍ରିତ ପ୍ରୟୋଗ ଦ୍ବାରା ହିଁ ତାହା କରାଯାଇ ପାରିଛି । ନ୍ୟୁଜିଲାଣ୍ଡ ପ୍ରଧାନମନ୍ତୟୀ ଜେସିର୍ଡା ଅର୍ଡ଼ନଙ୍କ ନେତୃତ୍ଵକୁ ଏବେ ସାରା ଦେଶ ପ୍ରଶଂସା କରୁଛି । ସେ ପ୍ରତିଦିନ ଲୋକଙ୍କୁ ଦେଶର କରୋନା ସ୍ଥିତି ଓ ଲକ୍ଡ଼ାଉନର କଠୋର ଅନୁପାଳନ ସମ୍ପର୍କରେ ସୂଚନା ଦେବା ସହ ମୁକାବିଲା ନିମନ୍ତେ ପରାମର୍ଶ ଦେଇ ଆସୁଛନ୍ତି । ବର୍ତମାନ ପର୍ଯ୍ୟନ୍ତ ସାରା ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୫୦୦ ମଧ୍ୟରେ ରହିଛି ଓ ୨୨ ଜଣଙ୍କର ମୃତ୍ୟୁ ଘଟିଛି ।

error: Thank You Keep Visiting