ବିପର୍ଯ୍ୟୟ ପ୍ରଶମନ ପ୍ରଶିକ୍ଷଣ ବେଳେ ଛାତ୍ରୀ ମୃତ

Straight to the Point

କୋଏମ୍ବାଟୁର: ଏକ ଘରୋଇ କଲେଜ୍‍ରେ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ପାଇଁ ପ୍ରଶିକ୍ଷଣ ଚାଲିଥିବା ବେଳେ ଜନୈକା ୧୯ ବର୍ଷ ବୟସ୍କା ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଭେଲିମାଲାଇପାଟ୍ଟିନମ୍‍ ସ୍ଥିତ କୋଭାଇ କାଲାଇମାଗାଲ୍‍ କଲେଜ୍‍ ଅଫ୍‍ ଆର୍ଟ ଆଣ୍ଡ ସାଇନ୍ସ କଲେଜରେ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ପାଇଁ ଛାତ୍ରଛାତ୍ରୀଙ୍କୁ ତାଲମ୍‍ ଦିଆଯାଉଥିଲା। ବିଲ୍‍ଡିଂର ତିନି ମହଲା ଉପରୁ ଏନ୍‍ ଲୋଗେଶ୍ୱରୀ ନାମକ ଜଣେ ଯୁକ୍ତ ତିନି ଦ୍ୱିତୀୟ ବର୍ଷର ଛାତ୍ରୀଙ୍କୁ ତଳକୁ ଡେଇଁବାକୁ କୁହାଯାଇଥିଲା। ଛାତ୍ରୀଜଣଙ୍କ ଅନିଚ୍ଛା ସତ୍ତେ୍ୱ ତାଲିମ୍‍ଦାତା ତାଙ୍କୁ ଡେଇଁବାକୁ ବାଧ୍ୟ କରିଥିଲେ। ତଳେ ଛାତ୍ରଛାତ୍ରୀ ନେଟ୍‍ ଧରି ପ୍ରସ୍ତୁତ ଥିôଲେ। କିନ୍ତୁ ଉପରୁ ଡେଉଁଥିବା ଛାତ୍ରୀଜଣକ ନେଟ୍‍କୁ ଛୁଇଁବା ପୂର୍ବରୁ ପ୍ରଥମ ମହଲାର ତାଜାରେ ପିଟି ହୋଇଯାଇଥିଲେ। ତାଙ୍କ ମୁଣ୍ଡ ଓ ଡାହାଣ କାନ୍ଧରେ ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ମାମଲା ରୁୁଜୁ କରିଛି।

error: Thank You Keep Visiting