ପ୍ରଧାନମନ୍ତ୍ରୀଙ୍କ ରାଲିରେ ଅଘଟଣ ; ୨୦ ଆହତ

An Independent Media

ମିଦନାପୁର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଶ୍ଚିମବଙ୍ଗ ମିଦନାପୁର  କିଷାନ କଲ୍ୟାଣ ରାଲିରେ ଅଘଟଣ ଘଟିଛି । ସୋମବାର ଶ୍ରୀ ମୋଦି ଏଠାରେ କିଷାନ କଲ୍ୟାଣ ରାଲିକୁ ସମ୍ବୋଧନ କରିଥିଲେ। ତେବେ ସାମିୟାନା ଚିଣ୍ଡିପଡିବା ସହିତ ସଭା ପାଇଁ ଭିଡାଯାଇଥିବା ଟେଣ୍ଟର କିଛି ଅଂଶ ଭୁଷୁଡି ପଡିବାରୁ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପରେ ପ୍ରଧାନମନ୍ତ୍ରୀ ଡ଼ାକ୍ତରଖାନା ଯାଇ ଆହତ ମାନଙ୍କୁ ଭେଟିବା ସହିତ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି। ପ୍ରବଳ ବର୍ଷା ଯୋଗୁ ଟେଣ୍ଟ ଭୁଷୁଡି ପଡିଥିବା କୁହାଯାଉଛି। ରାଲିକୁ ସମ୍ବୋଧିତ କରି ତାଙ୍କ ସରକାର ୧୪ଟି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରି କୃଷକମାନଙ୍କର ଆୟ ୨ଗୁଣା କରିବାକୁ ପ୍ରୟାସ କରୁଛନ୍ତି ବୋଲି କହିଛନ୍ତି। କୃଷକମାନେ ଦେଶର ଅନ୍ନଦାତା  ହୋଇଥିବା ବେଳେ ସେମାନଙ୍କ ବିକାଶ ପାଇଁ ସରକାର ସଦାସର୍ବଦା ଯତ୍ନବାନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସୂଚନା ଯୋଗ୍ୟ ଯେ  ଯେଉଁ ମୈଦାନରେ ପ୍ରଧାନମନ୍ତ୍ରୀ ରାଲିକୁ ସମ୍ବୋଧନ କରିଛନ୍ତି, ସେଠାରେ ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଲି କରିବାର ଅଛି।

error: Thank You Keep Visiting