ଅବିଶ୍ୱାସ ପ୍ରସ୍ତାବକୁ ଲୋକସଭାରେ ବାଚସ୍ପତିଙ୍କ ମଞ୍ଜୁରୀ

Straight to the Point

ନୂଆଦିଲ୍ଲୀ: ସଂସଦରେ ମୌସୁମୀ ଅଧିବେଶନ ବୁଧବାର ଆରମ୍ଭ ହୋଇଛି। ମୋଦୀ ସରକାରଙ୍କ ଦ୍ୱାରା ଆଗତ ଏକାଧିକ ବିଲର ଲମ୍ବା ତାଲିକା ଏହି ଅଧିବେଶନରେ ଗୃହିତ ହେବ ଏଭଳି ଆଶା ରଖିଛି କେନ୍ଦ୍ର ସରକାର। ତେବେ ବିପକ୍ଷର ହୋ-ହଲ୍ଲା ଅଧିବେଶନକୁ କେତେ ଦୂର ସଫଳ କରିବ ଏହାକୁ ନେଇ ସନ୍ଦେହ ରହିଛି। ୧୦ଅଗଷ୍ଟ ପର୍ଯ୍ୟନ୍ତ ଚାଲିଥିବା ଥିବା ମୌସୁମୀ ଅଧିବେଶନ ଶେଷ ହେବା ପୂର୍ବରୁ ତିନି ତାଲାକ, ଆର୍ଥିକ ଅପରାଧରେ ଫେରାର, ଷ୍ଟେଟ ବ୍ୟାଙ୍କ ପରି ଏକାଧିକ ବିଲକୁ ପାସ କରିବା କେନ୍ଦ୍ର ସରକାର ପାଇଁ ବଡ଼ ଚ୍ୟାଲେଞ୍ଜରେ ପରିଣତ ହୋଇଛି।
ତେଣୁ ମୌସୁମୀ ଅଧିବେଶନରେ ବିରୋଧୀଙ୍କୁ ଶାନ୍ତ କରିବା ଉଦ୍ଦେଶ୍ୟରେ ମୋଦୀ ସରକାରଙ୍କ ବିରୋଧରେ ଆସିଥିବା ଅବିଶ୍ୱାସ ପ୍ରସ୍ତାବକୁ ଲୋକସଭାରେ ବାଚସ୍ପତି ମଞ୍ଜୁର କରିଛନ୍ତି। ଆଗାମୀ ୧୦ଦିନ ମଧ୍ୟରେ ଏ ସମ୍ପର୍କରେ ଚର୍ଚ୍ଚା କରାଯିବ।

error: Thank You Keep Visiting