ମୋଦି ରାହୁଲ କୋଳାକୋଳି
ନୂଆଦିଲ୍ଲୀ: ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଚାଲିଥିବା ବେଳେ ଏଥିରେ ଅଂଶଗ୍ରହଣ କରିଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମନଭରି ଗାଳି ଦେବା ପରେ ତାଙ୍କ ଆସନ ନିକଟକୁ ଯାଇ କର ମର୍ଦ୍ଦନ କରିବା ସହ କୋଳାଗ୍ରତ କରିବାର ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ଦୃଶ୍ୟ ଦେଖି ଗୃହରେ ଥିବା ସମସ୍ତ ସଦସ୍ୟଙ୍କ ମଧ୍ୟ ହାସ୍ୟରୋଳ ଖେଳିଯାଇଥିଲା । ରାହୁଲ ମୋଦିଙ୍କୁ କୋଳାଗ୍ରତ କରି ଚାଲିଯାଉଥିବା ବେଳେ ରାହୁଲଙ୍କୁ ପଛରୁ ଡାକି ପୁଣି କରମର୍ଦ୍ଦନ କରିଥିଲେ । ରାହୁଲ ଗାନ୍ଧି କହିଥିଲେ ଯେ ଆପଣଙ୍କ ପ୍ରତି ବ୍ୟକ୍ତିଗତ ଭାବେ ରାଗ ବା କ୍ରୋଧ ନାହିଁ । ମତେ ଆପଣ ପପୁ କହିପାରନ୍ତି ବା ଗାଳି ଦେଇ ପାରନ୍ତି । ଗୃହ ମଧ୍ୟରେ ରାହୁଲ ଆଖି ମାରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା ।
ଏହାକୁ ବାଚସ୍ପତି ସୁମିତ୍ରା ମହାଜନ ନାପସନ୍ଦ କରିବା ସହ ବିରକ୍ତି ପ୍ରକାଶକରି କହିଥିଲେ ଯେ ଏହା ସଂସଦ , ଡ୍ରାମା ଶୋ ନୁହେଁ । ପ୍ରଧାନମନ୍ତ୍ରୀଙ୍କ ପଦ ମର୍ଯ୍ୟାଦାକୁ ସମ୍ମାନ ଦିଅନ୍ତୁ ବୋଲି ସେ କହିଥିଲେ ।