ଅଟୋ ରିକ୍ସାରେ ଭାରତର ରାଷ୍ଟ୍ରପତି

An Independent Media

ରାୟପୁର: ଭାରତର ରାଷ୍ଟ୍ରପତି ଅଟୋ ରିକ୍ସାରେ ବୁଲିବେ!- ଏହା ଯେମିତି ଅବିଶ୍ୱାସ ଲାଗୁଛି ସେମିତି ସତ୍ୟ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ଛତିଶଗଡ଼ର ମାଓବାଦୀ ଅଧ୍ୟୁସିତ ଦାନ୍ତେୱାଡ଼ା ଗସ୍ତରେ ଯାଇଥିବାବେଳେ ସେଠାରେ ଜଣେ ମହିଳାଙ୍କ ବ୍ୟାଟେରୀ ଚାଳିତ ଅଟୋ ରିକ୍ସାରେ ବୁଲିଥିଲେ। ଏକା ନୁହେଁ; ମହିଳାଙ୍କ ଅଟୋରେ ରାଷ୍ଟ୍ରପତି ସପତ୍ନୀକ ବୁଲିଥିଲେ। ରାଷ୍ଟ୍ରପତି ଦମ୍ପତିଙ୍କୁ ନିଜ ଅଟୋ ରିକ୍ସାରେ ବୁଲାଇଥିବା ମହିଳା ହେଉଛନ୍ତି ଆଦିବାସୀ ସମ୍ପ୍ରଦାୟର ଫୁଲମତୀ ଭାସ୍କର। ସେ ଟେକ୍‍ନଗର ଅଞ୍ଚଳର ଏକ ମହିଳା ସମବାୟ ସଂଗଠନ ସଦସ୍ୟା। ତାଙ୍କ ସଂଗଠନର ବହୁ ସଦସ୍ୟା ସରକାରଙ୍କଠାରୁ ପ୍ରୋତ୍ସାହନ ପାଇ ପରିବେଶ ଅନୁକୂଳ ଅଟୋ ରିକ୍ସା ଚଳାଇବା ସହ ସ୍ୱାବଲମ୍ବୀ ହୋଇପାରିଛନ୍ତି। ରାଷ୍ଟ୍ରପତି ସେମାନଙ୍କୁ ପ୍ରଶଂସା କରିବା ସହ ନିକଟବର୍ତ୍ତୀ ଏକ ଗାଁକୁ ଯାଇ ପିଲାମାନଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ।

error: Thank You Keep Visiting