କ୍ଷେପଣାସ୍ତ୍ର ପରୀକ୍ଷଣ ବେଳେ ତୃଟି ; ସ୍ୱଂୟକ୍ରିୟ ଭାବେ ଏହାକୁ ନଷ୍ଟ କରାଗଲା

Straight to the Point

ନ୍ୟୁୟର୍କ: ଆମେରିକାରେ ମିନିଟ୍‌ମ୍ୟାନ-ଥ୍ରୀ ଅନ୍ତର୍ମହାଦେଶୀୟ କ୍ଷେପଣାସ୍ତ୍ର ପରୀକ୍ଷଣ ବେଳେ ତୃଟି ଦେଖା ଦେବାରୁ ଏହାକୁ ଅଧାରୁ ନଷ୍ଟ କରିଦିଆଯାଇଛି । ଆମରିକାର ବାୟୁସେନା ଏହାକୁ ସ୍ୱୀକାର କରିଛି । ମିନିଟ୍‌ମ୍ୟାନ-ଥ୍ରୀ ଏକ ଅନ୍ତର୍ମହାଦେଶୀୟ କ୍ଷେପଣାସ୍ତ୍ର । ଏହା ଆମେରିକାରୁ ଅନ୍ୟ କୌଣସି ଦେଶକୁ ଲକ୍ଷ୍ୟଭେଦ କରିବାର କ୍ଷମତା ରଖୁଛି । ଏହି କ୍ଷେପଣାସ୍ତ୍ର ପରମାଣୁ ବୋମା ବହନ କରିପାରିବ । ଆମେରିକାର କାଲିଫର୍ଣ୍ଣିଆରେ ଥିବା ଭାଦେନବର୍ଗ ବାୟୁସେନା କେନ୍ଦ୍ରରୁ ଏହି କ୍ଷେପଣାସ୍ତ୍ରକୁ ପରୀକ୍ଷଣ କରାଯାଇଥିଲା ।
[amazon_link asins=’B00R3J53MG,B01BGJ07GK,B07CK1D7R6,B00NXXN10M,B007UPKJAO,B009TOZZ3A,B00SUTAE6S,B007UPKJ5O,B007E9EJKW’ template=’ProductCarousel’ store=’odishajournal-21′ marketplace=’IN’ link_id=’c1697248-959c-11e8-96e9-ebd87c78bb09′]
ପରୀକ୍ଷଣର କିଛି ସମୟ ପରେ ଏଥିରେ ତୃଟି ଦେଖାଦେଇଥିଲା । ଏହାପରେ କ୍ଷେପଣାସ୍ତ୍ରକୁ ସ୍ୱୟଂକ୍ରିୟ ଭାବେ ନିଜକୁ ନଷ୍ଟ କରିବା ପାଇଁ ନିର୍ଦେଶ ଦିଆଯାଇଥିଲା । କ୍ଷେପଣାସ୍ତ୍ରଟି ନିର୍ଦେଶ ପାଇବାର କିଛି ସମୟପରେ ନଷ୍ଟ ହୋଇଯାଇଥିଲା । ତେବେ କେଉଁ କାରଣରୁ କ୍ଷେପଣାସ୍ତ୍ରରେ ତୃଟି ଦେଖାଗଲା ସେ ବିଷୟରେ ତର୍ଜମା କରାଯିବ ବୋଲି ଆମେରାକିର ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି ।

error: Thank You Keep Visiting