ପୂର୍ବତନ ବାଚସ୍ପତି ସୋମନାଥ ଚାଟର୍ଜୀଙ୍କ ପରଲୋକ

Straight to the Point

ନୂଆଦିଲ୍ଲୀ: ଲୋକସଭାର ବାଚସ୍ପତି ତଥା ସିପିଏମ୍‍ ବରିଷ୍ଠ ନେତା ସୋମନାଥ ଚାଟର୍ଜୀ ଆଉ ଇହଧାମରେ ନାହାନ୍ତି । କୋଲକତାର ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା । କିଡ଼ନୀ ଜନିତ ସମସ୍ୟା ଯୋଗୁଁ ସେ  ଦୀର୍ଘ ଦିନ ଧରି ମେଡ଼ିକାଲରେ ଚିକିତ୍ସାଧୀନ ଥିଲେ ।

ସାଂସଦ ଭାବରେ ସେ ୧୦ ଥର ଲୋକସଭା ପାଇଁ ନିର୍ବାଚିତ ହୋଇଥିଲେ । ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ସେ ଲୋକସଭାର ବାଚସ୍ପତି ଭାବେ କାର୍ଯ୍ୟ କରିଥିଲେ । ୧୯୬୮ ମସିହାରେ ସେ ସିପିଏମ୍‍ରେ ଯୋଗ ଦେଇଥିଲେ । ୨୦୦୮ ପର୍ଯ୍ୟନ୍ତ ସେ ଦଳର ନେତା ଥିଲେ । ଜଣେ କମ୍ୟୁନିଷ୍ଟ ନେତା ଭାବେ ଦେଶ ବିଦେଶରେ ତାଙ୍କର ଖୁବ ସୁନାମ ରହିଛି । ତାଙ୍କର ମୃତ୍ୟୁ ଖବର ସାରା ଭାରତରେ ଶୋକର ପରିବେଶ ସୃଷ୍ଟି ହୋଇଛି ।

error: Thank You Keep Visiting