ମୋଦୀଙ୍କୁ ସାକ୍ଷାତ କଲେ ଚୀନ ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ୱେଇ ଫେଙ୍ଗହେ

Straight to the Point

ଚୀନର ରାଷ୍ଟ୍ରୀୟ ପାରିଷଦ ତଥା ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ୱେଇ ଫେଙ୍ଗହେ ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଭାରତ-ଚୀନ ମଧ୍ୟରେ ପ୍ରତିରକ୍ଷା ଓ ସାମରିକ ଆଦାନ-ପ୍ରଦାନ ସହ ବିଭିନ୍ନ ସ୍ତରରେ ଉଚ୍ଚ ସ୍ତରୀୟ ଯୋଗାଯୋଗ ବୃଦ୍ଧି ପାଉଥିବାର ତୀବ୍ରତାକୁ ନେଇ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ ।

The Defence Minister of China, General Wei Fenghe calling on the Prime Minister, Shri Narendra Modi

ବିଶ୍ଵରେ ସ୍ଥିରତା ପ୍ରତିଷ୍ଠା କରିବା କ୍ଷେତ୍ରରେ ଭାରତ-ଚୀନ ସମ୍ବନ୍ଧର ମହତ୍ଵ ବିଷୟରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସୀମାନ୍ତରେ ଶାନ୍ତି ବଜାୟ ରଖିବା ଦୁଇ ରାଷ୍ଟ୍ରର ପରିପକ୍ଵତା ଓ ପାରସ୍ପରିକ ସମ୍ବେଦନଶୀଳତାକୁ ସୁଚାଇ ଥାଏ, ଯାହାକି ଉଭୟ ପକ୍ଷ ମତଭେଦକୁ ବିବାଦରେ ପରିଣତ କରିବାକୁ ଦେଇ ନଥା’ନ୍ତି ।

ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ ସମ୍ପ୍ରତି ରାଷ୍ଟ୍ରପତି ସି.ଜିନଫିଙ୍ଗଙ୍କ ସହ ୱୁହାନ, କ୍ଵିଙ୍ଗଡାଓ ଏବଂ ଜୋହାନ୍ସବର୍ଗଠାରେ ହୋଇଥିବା ତାଙ୍କର ସାକ୍ଷାତ ବିଷୟରେ ଆଲୋକପାତ କରିଥିଲେ ।

error: Thank You Keep Visiting