ଇମ୍ରାନ୍‍ ଖାନ୍‍ଙ୍କ ଦୈନିକ ହେଲିକପ୍ଟର ଖର୍ଚ୍ଚ ୫୫ ଟଙ୍କା!

An Independent Media

ଇସଲାମାବାଦ୍‍: ପାକିସ୍ତାନର ନବ ନିଯୁକ୍ତ ପ୍ରଧାନମନ୍ତ୍ରୀ ଇମ୍ରାନ୍‍ ଖାନ୍‍ଙ୍କ ଦୈନିକ ହେଲିକପ୍ଟର ଖର୍ଚ୍ଚ ହେଉଛି ମାତ୍ର ୫୫ ଟଙ୍କା। ସରକାରୀ ଭାବେ ଏହି ସୂଚନା ଦିଆଯାଇଛି। ଏହାପରେ ଇମ୍ରାନ୍‍ ଖାନ୍‍ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି।
ସୂଚନାଯୋଗ୍ୟ, ଋଣ ଭାରରେ ବୁଡ଼ିଥିବା ପାକିସ୍ତାନର ଆର୍ଥକ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। କୌଣସି ଆନ୍ତର୍ଜାତିକ ସଂସ୍ଥା ପାକିସ୍ତାନକୁ ଏତେ ଶୀଘ୍ର ଆର୍ଥିକ ସହାୟତା କିମ୍ବା ଅନୁଦାନ ଦେବା ସମ୍ଭାବନା କମ୍‍। ତେଣୁ ଖର୍ଚ୍ଚ କାଟ ପାଇଁ ଇମ୍ରାନ୍‍ ଖାନ୍‍ ଘୋଷଣା କରିଥିଲେ। ଏଭଳି ସ୍ଥିତିରେ ଇମ୍ରାନ୍‍ ଖାନ୍‍ଙ୍କ ହେଲିକପ୍ଟର ଗସ୍ତକୁ ନେଇ ବିବାଦ ଉଠିଛି।
ଚାରିଆଡ଼ୁ ସମାଲୋଚନାର ଶରବ୍ୟ ହେବା ପରେ ସରକାର ସ୍ପଷ୍ଟୀକରଣ ମାଧ୍ୟମରେ ଇମ୍ରାନ୍‍ ଖାନ୍‍ଙ୍କ ହେଲିକପ୍ଟର ଖର୍ଚ୍ଚ ବହୁତ କମ୍‍ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରିଛନ୍ତି। ପାକିସ୍ତାନର ସୂଚନା ମନ୍ତ୍ରୀ ଫୱାଦ୍‍ ଚୌଧୁରୀ କହିଛନ୍ତି ଯେ ଚୋପରରେ ଗସ୍ତ ଅପେକ୍ଷାକୃତ ଶସ୍ତା। ଚୋପରରେ କିମି ପିଛା ଇନ୍ଧନ ଖର୍ଚ୍ଚ ମାତ୍ର ୫୫ଟଙ୍କା। କିନ୍ତୁ ସେଠାକାର ମିଡିଆ ରିପୋର୍ଟ ଅନୁଯାୟୀ ଇମ୍ରାନ୍‍ଙ୍କ ଦୈନିକ ଚୋପର ଖର୍ଚ୍ଚ ୭ ହଜାର ଟଙ୍କା।

error: Thank You Keep Visiting