ଜୈନ ମୁନି ତରୁଣ ସାଗରଙ୍କ ଦେହାନ୍ତ

An Independent Media

ନୂଆଦିଲ୍ଲୀ: ଜୈନ ମୁନି ତରୁଣ ସାଗରଙ୍କ ଆଜି ଭୋର ତିନିଟା ବେଳେ ପୂର୍ବଦିଲ୍ଲୀ ଅଞ୍ଚଳର କ୍ରିଷ୍ଣାନଗର ସ୍ଥିତ ରାଧାପୁରୀ ଜୈନ ମନ୍ଦିରରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୧ ବର୍ଷ ହୋଇଥିôଲା। ସେ କାମଳ ରୋଗରେ ଆକ୍ରାନ୍ତ ହୋଇଥିବାରୁ କିଛି ଦିନ ତଳେ ତାଙ୍କୁ ଏକ ଘରୋଇ ହସ୍ପିଟାଲ୍‍ରେ ଚିକିତ୍ସା କରାଯାଉଥିଲା।
ତରୁଣ ସାଗରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ସମାଜକୁ ତାଙ୍କର ଦିଗଦର୍ଶନ ଓ ସମୃଦ୍ଧ ଚିନ୍ତାଧାରା ଯୋଗୁଁ ସେ ଚିରକାଳ ସ୍ମରଣୀୟ ରହିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ଓ ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‍ରିୱାଲ୍‍ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ୧୯୬୭, ଜୁନ୍‍ ୨୬ ତାରିଖରେ ମଧ୍ୟପ୍ରଦେଶର ଦାମୋ ଜିଲ୍ଲାରେ ଜନ୍ମିତ ତରୁଣଙ୍କ ପ୍ରକୃତ ନାମ ଥିଲା ପୱନ କମାର ଜୈନ। ଅନେକ ରାଜନେତା ଓ ଅଭିନେତା ତରୁଣଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ।

error: Thank You Keep Visiting