କଂଗ୍ରେସର ବିଜୟ ଶୋଭାଯାତ୍ରାରେ ଏସିଡ୍‍ ଆକ୍ରମଣ,୧୦ ଆହତ

An Independent Media

କର୍ଣ୍ଣାଟକ : କର୍ଣ୍ଣାଟକ ପୌର ନିର୍ବାଚନକୁ ନେଇ ରାଜନୈତିକ ହିଂସାକାଣ୍ଡ ଘଟିଛି। ଏଥିରେ ୧୦ ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ ତୁମକୁର ନଗର ନିଗମ ନିର୍ବାଚନରେ ଜିତିବା ପରେ କଂଗ୍ରେସ ପକ୍ଷରୁ ଏକ ବିଜୟ ଶୋଭାଯାତ୍ରା ବାହାର କରାଯାଇଥିଲା। ବାଟରେ ଶୋଭାଯାତ୍ରା ଉପରେ ଏସିଡ୍‍ ଆକ୍ରମଣ ହୋଇଥିଲା। ଏଥିରେ ଅନ୍ୟୁନ୍‍ ୧୦ କଂଗ୍ରେସ କାର୍ଯ୍ୟକର୍ତ୍ତା ଆହତ ହୋଇଛନ୍ତି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପଛରେ କାହାର ହାତ ଅଛି ତାହା ଜଣାପଡିନାହିଁ। ଆହତଙ୍କ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଯେ ଶୌଚାଳୟ ସଫା ପାଇଁ ବ୍ୟବହୃତ ଏସିଡ୍‍ ଆକ୍ରମଣ କରାଯାଇଛି। ଆହତମାନେ ଏବେ ବିପଦମୁକ୍ତ ଅଛନ୍ତି। ପୁଲିସ୍‍ ଘଟଣାର ତଦନ୍ତ ଚଳାଇଛି। ଏପର୍ଯ୍ୟନ୍ତ ଏହି ଘଟଣାରେ କାହାରିକୁ ଗିରଫ କରାଯାଇନାହିଁ। ଜଣେ ଲୋକ ଏନେଇ ଥାନାରେ ମାମଲା ରୁଜୁ କରୁଛନ୍ତି। ତୁମକୁର ନଗର ନିଗମ ନିର୍ବାଚନରେ ବିଜୟ ପରେ ବିଜୟୀ ପ୍ରାର୍ଥୀଙ୍କ ସମର୍ଥକମାନେ ଏହି ଶୋଭାଯାତ୍ରା ବାହାର କରିଥିଲେ। ଭିଡ଼ରେ ଲୁଚି ରହିଥିବା କେହି ଜଣେ ଲୋକଙ୍କ ଉପରେ ଏସିଡ୍‍ ଫୋପାଡ଼ି ଥିଲା। ଫଳରେ ଶୋଭାଯାତ୍ରାରେ ଥିବା କେତେକ ଲୋକଙ୍କ ଦେହମୁଣ୍ଡ ପୋଳାଜଡ଼ା ହୋଇଥିଲା। ପରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

error: Thank You Keep Visiting