ଏହି ର୍ନିବାଚନ ମୋଦୀ ଏବଂ ଭାରତ ମଧ୍ୟରେ ହେବ: ସୀତାରାମ ୟେଚୁରୀ

An Independent Media

ନୂଅ ।ଦିଲ୍ଲୀ: ସିପିଏମର ମହାସଚ୍ଚିବ ସୀତାରାମ ୟେଚୁରୀ ଆଗାମୀ ଲୋକସଭା ର୍ନିବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୁଦ୍ଧରେ ବିପକ୍ଷର ଚେହେରାକୁ ଅନୁଚିତ କରାଇ କହିଛନ୍ତି କି, ଏହି ର୍ନିବାଚନ ମୋଦୀ ବନାମ ଭାରତ ହେବାକୁ ଯାଉଛି । ସେ କଂଗ୍ରେସର ବରିଷ୍ଠ ନେତା କପିଲ ସିବଲଙ୍କ ପୁସ୍ତକ ସେଡସ୍ ଅଫ ଟ୍ରୁଥ ଉନ୍ମୋଚନ ଅବସରରେ କହିଥିଲେ ଯେ, ଆଗାମୀ ର୍ନିବାଚନ ସରକାରଙ୍କୁ ହଟାଇବା ପାଇଁ ହେବ । ଏହି ର୍ନିବାଚନ ନେତାଙ୍କ ମଧ୍ୟରେ ନୁହେଁ ବରଂ ମୋଦୀ ଏବଂ ଭାରତ ମଧ୍ୟରେ ହେବ ।
ଲୋକତାନ୍ତ୍ରୀକ ଜନତା ଦଳର ନେତା ଶରଦ ଯାଦବଙ୍କ କହିବାନୁଯାୟୀ, ପ୍ରଥମରୁ ବିନା ନେତାଙ୍କ ବିପକ୍ଷରେ ଗଠବନ୍ଧନ ନିର୍ବାଚନ ଲଢି ସଫଳ ହୋଇ ସାରିଛନ୍ତି । ଏହି ଥର ମଧ୍ୟ ସେପରି ହେବ । ସେ କହିଛନ୍ତି କି, ୧୯୭୭ରେ ମୋରାରଜି ଦେଶାଇଙ୍କ ର୍ନିବାଚନ ପରେ ପ୍ରଧାନମନ୍ତ୍ରୀ ର୍ନିବାଚିତ ହୋଇଥିଲେ । ୧୯୮୯ରେ ମଧ୍ୟ ବିପି ସିଂହ ଏବଂ ୧୯୯୦ ଦଶକରେ ଦେବଗୌଡଙ୍କୁ ଏହିଭଳି ଭାବରେ ର୍ନିବାଚିତ କରାଯାଇଥିଲା । ତୃଣମୂଳ କଂଗ୍ରେସର ଚନ୍ଦନ ମିତ୍ରାଙ୍କ କହିବାନୁଯାୟୀ, ବିଜେପି ବିରୁଦ୍ଧରେ ବ୍ୟାପକ ଗଠବନ୍ଧନ ହେବ ଏବଂ ଏହାର ନେତୃତ୍ୱ କେତେକ କ୍ଷେତ୍ରୀୟ ନେତା କରିବେ । ସେତେବେଳେ ତାଙ୍କର ଇଶାରା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତରଫକୁ ଥିଲା ।
କପିଲ ସିବଲ କହିଛନ୍ତି କି, ମହାନ ନେତା ଆମକୁ ନୋଟବନ୍ଦୀ ଦେଇଛନ୍ତି । ଫଳରେ ଆମେମାନେ ଜିଡିପିରେ ୧.୫ପ୍ରତିଶତ ଅଂଶ ହାରଇ ଦେଲେ । ଯଦି ସେ ଅନ୍ୟ କୌଣସି ଦେଶରେ ଥାନ୍ତେ ତେବେ ତାଙ୍କୁ ଇସ୍ତଫା ଦେବାକୁ ପଡିଥାନ୍ତା । ଯେଉଁଭଳି ଭାବରେ ଜିଏସଟି ଲାଗୁ କରାଯାଇଛି ତାହା ଦ୍ୱାରା ବହୁତ କ୍ଷତି ହୋଇଛି ।

error: Thank You Keep Visiting