କଂଗ୍ରେସର ଦିନକୁ ଦିନ ପାକିସ୍ତାନୀ ପ୍ରେମ ବୃଦ୍ଧି ପାଉଛି:ହୁସେନ୍

An Independent Media

ନୂଆଦିଲ୍ଲୀ : ସିଖ ଶ୍ରଦ୍ଧାଳୁମାନଙ୍କୁ ସିମାପାର କରତାରପୁର ସାହିବ ଗୁରୁଦ୍ୱାର ପର୍ଯ୍ୟନ୍ତ ଯିବା ପାଇଁ ପାକିସ୍ତାନ ଅନୁମତି ଦେବା ନିଷ୍ପତି ନେଇଥିବା ମାମଲାରେ ପଞ୍ଜାବର ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁଙ୍କ ଉପରେ ଆକ୍ରମଣ କରି ବିଜେପି ପ୍ରବକ୍ତା ଶହନବାଜ ହୁସେନଙ୍କ କହିବାନୁଯାୟୀ, ପାକିସ୍ତାନର ପ୍ରଶଂସା କରୁଥିବା ନେତାଙ୍କ ସଂଖ୍ୟା କଂଗ୍ରେସରେ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି । କଂଗ୍ରେସର ନେତା ଭାରତର ପ୍ରଧାନମନ୍ତ୍ରୀଙ୍କୁ ଅପମାନ କରୁଥିବା ସମୟରେ ପାକିସ୍ତାନର ସରକାରଙ୍କୁ ପ୍ରଶଂସା କରୁଛନ୍ତି । ହୁସେନ ଏହି ବାବଦରେ ରାହୁଲଙ୍କଠାରୁ ମଧ୍ୟ ସ୍ପଷ୍ଟୀକରଣ ମାଗିଛନ୍ତି । ସେ କହିଛନ୍ତି କି, ସିଦ୍ଧୁ ପଞ୍ଜାବ ସରକାରଙ୍କର ଜଣେ ମନ୍ତ୍ରୀ ଏବଂ ପାର୍ଟି ଅଧ୍ୟକ୍ଷଙ୍କର ଭଲ ବନ୍ଧୁ ମଧ୍ୟ ।
ପାକିସ୍ତାନର ସେନା ପ୍ରମୁଖ ଜେନେରାଲ କମର ଯାବେଦ ବାଜୱାଙ୍କ ଶତ୍ରୁତାପୂର୍ଣ୍ଣ ବୟାନ ପରେ ବିଜେପି ନେତା କହିଛନ୍ତି କି, ଗୋଟିଏ ପଟେ ବାଜୱା ଏମିତି ଟିପ୍ପଣି ଦେଉଛନ୍ତି ଅନ୍ୟପଟେ କଂଗ୍ରେସ ପାକିସ୍ତାନର ପ୍ରଶଂସା କରୁଛି । ବାଜୱାକୁ କୌଣସି ଭ୍ରମ ନହେବା ଦରକାର ଯେ, ଭାରତ ପାକିସ୍ତାନ ସେନାର କୌଣସି ବି ଦୁଃସାହାସକୁ ଯବାବ ଦେବା ପାଇଁ ସର୍ବଦା ପ୍ରସ୍ତୁତ ।
ଏହା ପୂର୍ବରୁ ସିଦ୍ଧୁ ଦାବୀ କରିଥିଲେ ଯେ, ପାକିସ୍ତାନ ସିଖ ଶ୍ରଦ୍ଧାଳୁମାନଙ୍କୁ ସିମାପାର କରତାରପୁର ସାହିବ ଗୁରୁଦ୍ୱାର ପର୍ଯ୍ୟନ୍ତ ଯିବା ପାଇଁ ଅନୁମତି ଦେବା ପାଇଁ ନିଷ୍ପତି ନେଇଛି । ସେ ଏହି ସଦ୍ଭାବ ପାଇଁ ନିଜ ବନ୍ଧୁ ଇମରାନ ଖାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସେ କେବଳ ଦୁଇ ପାଦ ନୁହେଁ ବରଂ ଏକ ସହ ଚାଲିବାର ସମ୍ଭାବନାରେ ଖୋଲିଛନ୍ତି । ସେ ସର୍ବଦା ତାଙ୍କ ପ୍ରତି ଋଣି ରହିବେ । ସିଦ୍ଧୁଙ୍କର ଏହି ବୟାନ ଆସିବା ସମୟରେ କାଶ୍ମୀରରେ ପାକିସ୍ତାନ ସେନା ପ୍ରମୁଖ ଆତଙ୍କବାଦର ପକ୍ଷ ନେଇଥିବାର ସୂଚନା ମିଳିଛି ।

error: Thank You Keep Visiting