ବିଶ୍ୱ ସମ୍ମୁଖରେ ନିଜର ଶକ୍ତି କ୍ଷମତାକୁ ପ୍ରଦର୍ଶନ କଲା ଉତ୍ତର କୋରିଆ

An Independent Media

ସିଓଲ : ଉତ୍ତର କୋରିଆରେ ଆଜି ଏକ ବିଶାଳ ସାମରିକ ପ୍ୟାରେଡର ଅନୁଷ୍ଠିତ ହୋଇଯାଇଛି । ଯାହା ମାଧ୍ୟମରେ ଉତ୍ତର କୋରିଆ ନିଜର ସାମରିକ ଶକ୍ତି ପ୍ରଦର୍ଶନ କରିଛି ।
ଦେଶର ୭୦ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏହି ଭବ୍ୟ ପ୍ୟାରେଡ ଅନୁଷ୍ଠିତ ହୋଇଯାଇଛି । ପୋଙ୍ଗୟାଙ୍ଗର ଘନିଷ୍ଠ ସହଯୋଗୀ ରାଷ୍ଟ୍ର ଚୀନର ଉଚ୍ଚ ଅଧିକାରୀଙ୍କ ସମେତ ଶହେରୁ ଅଧିକ ଦେଶର ପ୍ରତିନିଧିଙ୍କୁ ଏଥିପାଇଁ ଆମନ୍ତ୍ରଣ କରାଯାଇଥିଲା । ଉତ୍ତର କୋରିଆ ନେତା କିମ୍ ଜଙ୍ଗ ଉନ୍ ଚୀନର ତୃତୀୟ ବରିଷ୍ଠ ସରକାରୀ ଅଧିକାରୀ ଲି ଝାନସୁଙ୍କ ସହ ଏହି ପ୍ୟାରେଡର ମଧ୍ୟସ୍ଥଳରେ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଏହି ପ୍ୟାରେଡ ସମୟରେ ଭଳିକି ଭଳି ଟ୍ୟାଙ୍କର ଓ ମିଶାଇଲ ପ୍ରଦର୍ଶନ କରାଯାଇଥିଲା ।

error: Thank You Keep Visiting