ପେଟ୍ରୋଲ ଓ ଡିଜେଲ ଉପରୁ ୪ ପ୍ରତିଶତ ଭ୍ୟାଟ୍ ହଟାଇଲେ ରାଜସ୍ଥାନ ସରକାର

An Independent Media

ଜୟପୁର: ଘରୋଇ ବଜାରରେ ଏବେ ପେଟ୍ରୋଲ-ଡିଜେଲ ଦର ଆକାଶ ଛୁଆଁ ରହିଛି । ତୈଳ ଦର ପ୍ରତିବାଦରେ ଆସନ୍ତାକାଲି କଂଗ୍ରେସ ଭାରତ ବନ୍ଦ କରିବାକୁ ଯାଉଛି । ଅନ୍ୟ ପଟେ ପଞ୍ଜାବ ଓ କର୍ଣ୍ଣାଟକର ମେଣ୍ଟ ସରକାର ପେଟ୍ରୋଲ-ଡିଜେଲ ଉପରେ ଭ୍ୟାଟ୍ କମ କରିବାକୁ ବିଚାର କରୁଥିବାବେଳେ ର୍ନିବାଚନ ମୁହାଣରେ ଛିଡ଼ା ହୋଇଥିବା ରାଜସ୍ଥାନର ବସୁନ୍ଧରା ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ୪ ପ୍ରତିଶତ ଭ୍ୟାଟ୍ କମ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତିରେ ତୈଳ ଦର ୨ ଟଙ୍କାରୁ ୨.୫୦ ଟଙ୍କା ପର‌୍ୟ୍ୟନ୍ତ ହ୍ରାସ ପାଇବ । ଯାହା ନିଶ୍ଚିତ ରୂପେ ରାଜ୍ୟବାସୀଙ୍କୁ କିଛିଟା ଆଶ୍ୱସ୍ତି ଦେବ । ବର୍ତ୍ତମାନ ଜୟପୁରରେ ପେଟ୍ରୋଲ-ଡିଜେଲ ଦର ଲିଟର ପିଛା କ୍ରମଶଃ ୮୩.୫୪ ଓ ୭୭. ୪୩ ଟଙ୍କା ରହିଛି ।
ଅନ୍ୟ ପଟେ ମହାରାଷ୍ଟ୍ର ସରକାର ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ ମଧ୍ୟ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଉପରେ ଭ୍ୟାଟ୍ କମ କରିବା ଉପରେ ବିଚାର କରୁଛନ୍ତି । ଉଲ୍ଲେଖଯାଗ୍ୟ କଂଗ୍ରେସ ପାର୍ଟି ବର୍ଦ୍ଧିତ ତୈଳ ଦରକୁ ନେଇ କେନ୍ଦ୍ରର ମୋଦୀ ସରକାରକୁ ଘେରିବା ପାଇଁ ସେପ୍ଟେମ୍ବର ୧୦ରେ ଭାରତ ବନ୍ଦର ଡାକରା ଦେଇଛି । ଯାହାକୁ ସମସ୍ତ ବିରୋଧୀ ଦଳ ସମର୍ଥନ କରିଛନ୍ତି ।

error: Thank You Keep Visiting