ଏନପିଏ ବୃଦ୍ଧି ପାଇଁ କଂଗ୍ରେସ ଏବଂ ରାହୁଲ ଦାୟୀ : ସ୍ମୃତି ଇରାନୀ

An Independent Media

ନୂଆଦିଲ୍ଲୀ: ବିଜେପି ନେତ୍ରୀ ତଥା କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ସ୍ମୃତିି ଇରାନୀ ବୃଦ୍ଧି ପାଉଥିବା ଏନପିଏ ପାଇଁ କଂଗ୍ରେସ ଏବଂ ରାହୁଲ ଗାନ୍ଧିଙ୍କୁ ଦାୟୀ କରିଛନ୍ତି । କଂଗ୍ରେସର ଭୁଲ ନୀତି ଏହା ପଛର ବଡ କାରଣ ବୋଲି ସେ କହିଛନ୍ତି । ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ପୂର୍ବ ଗଭର୍ଣ୍ଣର ରଘୁରାମ ରାଜନ କହିଥିଲେ କି, ବୃଦ୍ଧି ପାଉଥିବା ଏନପିଏ ପାଇଁ ୟୁପିଏ ଶାସନରେ ହୋଇଥିବା କୋଇଲା ଘୋଟାଲା ଏବଂ ରାଜକୋଷ ସହ ସମ୍ବନ୍ଧିତ ବିଭିନ୍ନ ସମସ୍ୟା ଦାୟୀ । ଏନଡିଏ ସରକାରର କିଛି ପଦକ୍ଷେପକୁ ମଧ୍ୟ ସେ ଏହାର ଆଉ ଏକ କାରଣ ବୋଲି କହିଥିଲେ ।

ରଘୁରାମ ରାଜନଙ୍କ ଏହି ବୟାନକୁ ନେଇ ଶ୍ରୀମତି ଇରାନୀ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି କି, ରାଜନଙ୍କ ଏହି ବୟାନ କଂଗ୍ରେସର ମୁଖା ଖୋଲି ଦେଇଛି । ଏହା ସହ ରାଜନଙ୍କ ବୟାନ ଏନପିଏର ବୃଦ୍ଧି ପାଇଁ କଂଗ୍ରେସ ଦାୟୀ ବୋଲି ପ୍ରମାଣିତ କରିଛି । ଏହା ସହ ପ୍ରିୟଙ୍କା ଭଦ୍ରା ଏବଂ ସୋନିଆ ଗାନ୍ଧି କରଦାତାଙ୍କୁ ଧୋକା ଦେଇଛନ୍ତି ବୋଲି ଶ୍ରୀମତି ଇରାନୀ ଅଭିଯୋଗ କରିଛନ୍ତି ।

ସ୍ମୃତି ଇରାନୀ ଆହୁରି ମଧ୍ୟ କହିଛନ୍ତି କି, ରାହୁଲଙ୍କ କମ୍ପାନୀ ୟଙ୍ଗ୍ ଇଣ୍ଡିଆନ କେବଳ କଂଗ୍ରେସର ଭଲ ପାଇଁ କାମ କରୁଛି । ଏହା ସହ ଆୟକର ମଧ୍ୟ ଲୁଚାଇଛି । ସୋନିଆ ଗାନ୍ଧି ଏବଂ ମନମୋହନ ସିଂଙ୍କ ସରକାର ସମୟରେ ଭାରତୀୟ ବ୍ୟାଙ୍କିଂ ବ୍ୟବସ୍ଥାକୁ ଭାଙ୍ଗି ଦିଆଯାଇଥିଲା ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ତେବେ ମେହେଲ ଚୋକସୀ ସମ୍ବନ୍ଧୀୟ ଏକ ପ୍ରଶ୍ନକୁ ସେ ଏଡାଇ ଦେଇ ଯାଞ୍ଚ ଏଜେନ୍ସିଙ୍କୁ ପଚାରିବା ପାଇଁ କହିଛନ୍ତି ।

error: Thank You Keep Visiting