ପେଟ୍ରୋଲ-ଡିଜେଲର ଦର ହ୍ରାସ କଲେ ମମତା ବାନାର୍ଜୀ

An Independent Media

କୋଲକାତା: ପେଟ୍ରୋଲ-ଡିଜେଲର ଆକାଶଛୁଆଁ ଦର ଉପରେ ଲଗାମ ଲଗାଇବାରେ କେନ୍ଦ୍ର ସରକାର ବିଫଳ ହେବା ପରେ ଏବେ ରାଜ୍ୟ ସରକାରଙ୍କ ଉପରେ ଜନତାଙ୍କୁ ଆଶ୍ୱସ୍ତି ଦେବାର ଚାପ ପଡ଼ିଛି । ଏବେ ରାଜ୍ୟ ସରକାର ଭ୍ୟାଟ୍ ଓ ବିକ୍ରୟ କର କମ କରି ତୈଳ ଦର ହ୍ରାସ କରି ପାରନ୍ତି । ଏହି ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟର ଲୋକଙ୍କୁ କିଛି ଆଶ୍ୱସ୍ତି ଦେଇଛନ୍ତି । ମମତା ସରକାର ପେଟ୍ରୋଲ ଓ ଡିଜେଲ ଦରରେ ଲିଟର ପିଛା ଏକ ଟଙ୍କା କମ କରିଛନ୍ତି । ତୈଳ ଦରର ଏହି ନୂତନ ମୂଲ୍ୟ ଆଜି ମଧ୍ୟ ରାତ୍ରରୁ ଲାଗୁ ହେବ ।
ମମତାଙ୍କ ପୂର୍ବରୁ ସୋମବାର ୨୧ ବିରୋଧୀ ଦଳ ପକ୍ଷରୁ ଭାରତ ବନ୍ଦ କରାଯାଇଥିଲା । ଏହି ବନ୍ଦ ସମୟରେ ଆନ୍ଧ୍ର ପ୍ରଦେଶର ଟିଡିପି ସରକାର ପେଟ୍ରୋଲ-ଡିଜେଲ ଉପରେ ଲାଗୁ ଭ୍ୟାଟ୍ ହ୍ରାସ କରି ଜନତାଙ୍କୁ ଆଶ୍ୱସ୍ତି ଦେଇଥିଲେ । ଆନ୍ଧ୍ର ପ୍ରଦେଶରେ ଭ୍ୟାଟ୍ ହ୍ରାସ ଦ୍ୱାରା ତୈଳ ଦର ଲିଟର ପିଛା ୨ ଟଙ୍କା ହ୍ରାସ ପାଇଛି । ଏଥିପାଇଁ ରାଜ୍ୟ ବିଧାନସଭାରେ ଏକ ପ୍ରସ୍ତାବ ପାରିତ କରାଯାଇଥିଲା ।
ଅନ୍ୟ ପଟେ ବିଧାନସଭା ର୍ନିବାଚନକୁ ଦୃଷ୍ଟିରେ ରଖି ରାଜସ୍ଥାନର ବସୁନ୍ଧରା ରାଜେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଉପରୁ ୪ % ଭ୍ୟାଟ୍ କମ କରିଛନ୍ତି । ସରକାରଙ୍କ ଏହି ପଦକ୍ଷେପରେ ଜନତାଙ୍କୁ ପେଟ୍ରୋଲ ଲିଟର ପିଛା ୨ ରୁ ୨.୫୦ ଟଙ୍କା କମ ଦରରେ ମିଳିବ । ଏହି ପରି କଂଗ୍ରେସ ଶାସିତ ପଞ୍ଜାବ ଓ କର୍ଣ୍ଣାଟକର ମେଣ୍ଟ ସରକାର ତୈଳ ଉପରୁ ଭ୍ୟାଟ୍ ହ୍ରାସ କରିବା ନେଇ ବିଚାର କରୁଛନ୍ତି ।

error: Thank You Keep Visiting