ପଞ୍ଚାୟତ ସମେତ ୨୦୧୯ ସାଧାରଣ ନିର୍ବାଚନ ପରିତ୍ୟାଗ କରିବ ପିଡିପି

An Independent Media

ନୂଆଦିଲ୍ଲୀ: ଗୋଟିଏ ପଟେ ର୍ନିବାଚନ କମିଶନ ପକ୍ଷରୁ ଜମ୍ମୁ-କାଶ୍ମୀରରେ ର୍ନିଦ୍ଧାରିତ ସମୟରେ ପଞ୍ଚାୟତ ଓ ସ୍ଥାନୀୟ କମିଟି ର୍ନିବାଚନ ହେବ ବୋଲି ଘୋଷଣା କରିଥିବାବେଳେ ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ନ୍ୟାସନାଲ କନଫାରେନ୍ସ ଓ ପିପୁଲ୍ସ ଡେମୋକ୍ରେଟିକ ପାର୍ଟି ମଧ୍ୟ ର୍ନିବାଚନରେ ଅଂଶଗ୍ରହଣ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି । ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ପିଡିପି ମୁଖ୍ୟ ତଥା ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ମହବୁବା ମୁଫତି ଜମ୍ମୁ-କାଶ୍ମୀରର ରାଜନୈତିକ ସ୍ଥିତି ବର୍ତ୍ତମାନ ର୍ନିବାଚନ ପକ୍ଷରେ ନାହିଁ ବୋଲି ମତବ୍ୟକ୍ତ କରିବା ସହ ର୍ନିବାଚନରେ ପ୍ରାର୍ଥୀ ନଦେବାକୁ ଘୋଷଣା କରିଛନ୍ତି ।

ସାମ୍ପ୍ରତିକ ସ୍ଥିତି ର୍ନିବାଚନ ଅନୁକୂଳ ନୁହେଁ ବୋଲି ଶ୍ରୀମତି ମୁଫତି ପ୍ରକାଶ କରିଛନ୍ତି ।କିଛି ଦିନ ପୂର୍ବେ ନ୍ୟାସନାଲ କନଫାରେନ୍ସ ପକ୍ଷରୁ ମଧ୍ୟ ଯେତେ ପର୍ଯ୍ୟନ୍ତ ଭାରତ ସରକାର ଅନୁଚ୍ଛେଦ ୩୫ଏ’କୁ ନେଇ ସ୍ଥିତି ସ୍ପଷ୍ଟ ନକରିବେ ସେତେ ପର୍ଯ୍ୟନ୍ତ କେବଳ ପଞ୍ଚାୟତ ର୍ନିବାଚନ କାହିଁକି ୨୦୧୯ ସାଧାରଣ ର୍ନିବାଚନରେ ମଧ୍ୟ ଦଳ ଭାଗ ନେବ ନାହିଁ । ଅନୁଚ୍ଛେଦ ୩୫ଏ ଓ ଧାରା ୩୭୦ ଦେଶର ଅନ୍ୟାନ୍ୟ ରାଜ୍ୟଠାରୁ ଜମ୍ମ-କାଶ୍ମୀରକୁ ପୃଥକ କରୁଛି ।

୩୫ଏ ଅନ୍ୟ ରାଜ୍ୟର ନାଗରିକଙ୍କୁ ଜମ୍ମୁ-କାଶ୍ମୀର ସ୍ଥାୟୀ ନାଗରିକତା ଓ ସେଠାରେ ସମ୍ପତ୍ତି କ୍ରୟ କରିବା ଉପରେ ବାରଣ ରହିଛି । ଏହି ମାମଲା ଏବେ ସୁପ୍ରିମ କୋର୍ଟରେ ବିଚାରାଧୀନ ରହିଛି । ଏପରିକି ଅନୁଚ୍ଛେଦ ୩୫ଏ ଅନ୍ତର୍ଗତ ରାଜ୍ୟ ସରକାରଙ୍କ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ରାଜ୍ୟର ନାଗରିକଙ୍କୁ ଅଗ୍ରାଧିକାର ଦେବାର ବ୍ୟବସ୍ଥା ରହିଛିୟ ଅପରପକ୍ଷରେ କେନ୍ଦ୍ର ସରକାରଙ୍କ ଅନୁରୋଧ କ୍ରମେ ସୁପ୍ରିମକୋର୍ଟ ଅନୁଚ୍ଛେଦ ୩୫ଏ’ର ସାମ୍ବିଧାନିକ ବୈଧତା ସମ୍ପର୍କିତ ମାମଲାର ଶୁଣାଣି ୨୦୧୯ ପର୍ଯ୍ୟନ୍ତ ସ୍ଥଗିତ କରିଦେଇଛନ୍ତି ।

error: Thank You Keep Visiting