ପରଲୋକରେ ନୱାଜ ସରିଫଙ୍କ ପତ୍ନୀ

An Independent Media

ଲଣ୍ଡନ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ପତ୍ନର ବେଗମ୍ କୁଲସୁମ୍ ନୱାଜ ସରିଫଙ୍କ ଲଣ୍ଡନାର ହାର୍ଲି ଷ୍ଟ୍ରିଟ୍ କ୍ଲିନିକେରେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ପରଲୋକ ହୋଇଯାଇଛି । ସେ କର୍କଟ ରୋଗରେ ପୀଡ଼ିତ ଥିଲେୟ କୁଲସୁମ ଦୀର୍ଘ ଦିନ ହେବ ଅସୁସ୍ଥତା ମଧ୍ୟରେ ଗତି କରୁଥିଲେ । ତାଙ୍କୁ ଜୀବନ ରକ୍ଷା ଉପକରଣ ମଧ୍ୟରେ ରଖାଯାଇଥିଲା । ହେଲେ ଗତ କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ପରଲକ୍ଷିତ ହେଉଥିଲା । ମାସେ ତଳେ ତାଙ୍କୁ ଲଣ୍ଡନର ହାର୍ଲି ଷ୍ଟ୍ରିଟ୍ କ୍ଲିନିକେରେ ଭର୍ତ୍ତି କରାଯାଇଥିଲା । ଗତ ବର୍ଷ ଅଗଷ୍ଟ ମାସରେ କୁଲସୁମ ଲିଫୋମା ରୋଗରେ ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା । କର୍କଟ ହୋଇଥିବା ଜଣାପଡ଼ିବା ପରେ ତାଙ୍କର ୫ଥର କେମିଓଥିରାପି କରାଯାଇଥିଲା । ୧୯୫୦ରେ ଜନ୍ମିତ କୁଲସୁମ ୧୯୭୧ରେ ସରିଫଙ୍କୁ ବିବାହ କରିଥିଲେ । ଉଲ୍ଲେଖ ଯେ ଦୁର୍ନୀତି ଅଭିଯୋଗରେ ନୱାଜ ଏବଂ ତାଙ୍କ ଝିଅ ମାରିୟମ ଏବେ ପାକିସ୍ତାନ ରାୱଲପିଣ୍ଡିସ୍ଥିତ ଆଡିୟାଲ ଜେଲେରେ ଅଛନ୍ତି । ଏଭଳି ସ୍ଥିତିରେ ବଗମ୍ କୁଲସୁମ ଲଣ୍ଡନରେ ପରଲୋକ ନେଇ ନୱାଜଙ୍କ ଭାଇ ତଥା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶାହବାଜ ସୂଚନା ଦେଇଛନ୍ତି ।

error: Thank You Keep Visiting