ତ୍ରିଦିବସୀୟ ଯାତ୍ରାରେ ପାକିସ୍ତାନ ଗସ୍ତରେ ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୱି

An Independent Media

ଇସଲାମାବଦ: ୱାଙ୍ଗ ୱିଙ୍କ ଏହି ଗସ୍ତ ବହୁତ ମହତ୍ୱପୂର୍ଣ୍ଣ ରହିଛି କାରଣ ପାକିସ୍ତାନରେ ନୂତନ ସରକାର ଗଠନ ପରେ ଦୁଇ ଦେଶ ମଧ୍ୟରେ ଏହା ପ୍ରଥମ ଶୀର୍ଷସ୍ତରୀୟ ସାକ୍ଷାୟ ଉଲ୍ଲେଖଯୋଗ୍ୟ ଚୀନ ନିଜର ବିଆରଆଇ ପ୍ରକଳ୍ପ ଆଧାରରେ ପାକିସ୍ତାନକୁ ୫୭ ଅରବ ଡଲାରର ଋଣ ଦେବାକୁ ପ୍ରତିଶ୍ରୁତି ଦେଇଛି । ଅନ୍ୟ ପଟେ ପାକିସ୍ତାନ ସେହି ସମୟରେ ଚୀନର ନିକଟତର ହେଉଛି ଯେଉଁ ସମୟରେ ଆତଙ୍କବାଦକୁ ନେଇ ଦୋମୁହାଁ ନୀତି ଯୋଗୁଁ ଆମେରିକା ସହିତ ପାକିସ୍ତାନର ସଂପର୍କ ତିକ୍ତ ହେବାରେ ଲାଗିଛି । ପାକିସ୍ତାନର ଦୁର୍ବଳ ଅର୍ଥ ବ୍ୟବସ୍ଥା ଓ ବିକାଶର ମନ୍ଥର ଗତିକୁ ଦେଖି ଚୀନ ପାକିସ୍ତାନକୁ ଋଣ ଜାଲରେ ଫସାଉଥିବା ଅଭିଯୋଗ ହେଉଛି । ଏହା ପୂର୍ବରୁ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପାମ୍ପିଓ ଅପିଲ କରିଥିଲେ ଯେ ଆର୍ଥିକ ସଂକଟ ନେଇ ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷରୁ ମିଳୁଥିବା ଅର୍ଥକୁ ପାକିସ୍ତାନ ଚୀନର ଋଣ ପରିଶୋଧ ପାଇଁ ଉପଯୋଗ ନକରୁ । ସୂଚନାଯୋଗ୍ୟ ଯେ ପାକିସ୍ତାନର ଅର୍ଥ ବ୍ୟବସ୍ଥା ଏତେ ଖରାପ ହୋଇଯାଇଛି ଯେ ନୂତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବିଦେଶରେ ରହୁଥିବା ନିଜର ମୁଳ ନିବାସୀଙ୍କୁ ସାହାଯ୍ୟ କରିବାକୁ ଅପିଲ କରିଛନ୍ତି । ଇସଲାମାବାଦରେ ସାମ୍ବାଦିକ ସମ୍ମିଳନୀରେ ୱାଙ୍ଗ ୱି କହିଛନ୍ତି ଯେ ସିପିଇସି ପାକିସ୍ତାନ ଉପରେ କେବେ ବି ଋଣ ବୋଝଭାର ଲଦି ନାହିଁ ବରଂ ଏହି ପ୍ରକଳ୍ପ ପୂରା ହେବା ପରେ ଦେଶକୁ ବ୍ୟାପକ ଆର୍ଥିକ ଲାଭ ମିଳିବ । ଏଥିରେ ପାକିସ୍ତାନର ଅର୍ଥ ବ୍ୟବସ୍ଥାକୁ ଗତି ମିଳିବ । ପାକିସ୍ତାନର ବୈଦୈଶିକ ମନ୍ତ୍ରୀ ଶାହ ମହସୁଦ କୁରୈସୀଙ୍କ ସହିତ ଉପସ୍ଥିତ ୱାଙ୍ଗ କହିଛନ୍ତି ଯେ ପାକିସ୍ତାନର ୪୭ ପ୍ରତିଶତ ଋଣ ଆଇଏମଏଫ ଓ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କରୁ ରହିଛି ।

error: Thank You Keep Visiting