ଦୁର୍ନୀତି ଯୋଗୁ ବିଶ୍ୱର ୨.୬ ଟ୍ରିଲିୟନ୍ ଡଲାର କ୍ଷତି ହେଉଛି:ଜାତିସଂଘ ମହାସଚିବ

An Independent Media

ନୂଆଦିଲ୍ଲୀ: ବେଆଇନ ଅର୍ଥ କାରବାର ଓ ଟିକସ ଫାଙ୍କି ଭଳି ଦୁର୍ନୀତି ଯୋଗୁ ବିଶ୍ୱର ୫% ଜିଡିପି (ପ୍ରାୟ ୨.୬ ଟ୍ରିଲିୟନ୍ ଡଲାର) କ୍ଷତି ହେଉଛି ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେର୍ସ ପ୍ରକାଶ କରିଛନ୍ତି । ଉଚିତ ପଦକ୍ଷେପ ଗ୍ରହଣ ସ୍ୱରୂପ ଏହିସବୁ ଦୁର୍ନୀତିର ଦମନ କରିବାକୁ ସେ ଅନ୍ତର୍ଜାତୀୟ ସମୁଦାୟକୁ ନିବେଦନ କରିଛନ୍ତି । ଶାନ୍ତି ତଥା ଅନ୍ତର୍ଜାତୀୟ ସୁରକ୍ଷା ନିମନ୍ତେ ଦୁର୍ନୀତିର ମୁକାବିଲା ସମ୍ବନ୍ଧୀୟ ଏକ ଆଲୋଚନାଚକ୍ରରେ ଯୋଗ ଦେଇ ସେ କହିଛନ୍ତି, ଦୁର୍ନୀତିର ଚେର ସମସ୍ତ ରାଷ୍ଟ୍ରରେ ମାଡି ଚାଲିଛି । ବିଶେଷକରି ଦରିଦ୍ରମାନଙ୍କୁ ଏହାର ମୂଲ୍ୟ ଦେବାକୁ ପଡୁଛି । ବିଶ୍ୱସ୍ତରରେ ଲୋକେ ସେମାନଙ୍କ ଦେଶର ଦୁର୍ନୀତିଗ୍ରସ୍ତ ନେତାଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରୁଛନ୍ତି । ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ତଥା ବ୍ୟକ୍ତିବିଶେଷ ପ୍ରତିବର୍ଷ ୧ ଟ୍ରିଲିୟନ୍ ଡଲାରର ଲାଞ୍ଚ କାରବାର କରୁଥିବା ବିଶ୍ୱବ୍ୟାଙ୍କ ସୂତ୍ରରୁ ଜଣାପଡିଛି । ନିଶାଦ୍ରବ୍ୟ ଓ ଅପରାଧ ସମ୍ବନ୍ଧୀୟ ଜାତିସଂଘ କାର୍ଯ୍ୟାଳୟ ଦ୍ୱାରା କରାଯାଇଥିବା ଏକ ସର୍ଭେ ଅନୁସାରେ ସଂଘର୍ଷର ଶିକାର ହୋଇଥିବା ଅଞ୍ଚଳଗୁଡିକରେ ଅଧିକାରୀମାନଙ୍କୁ ଲାଞ୍ଚ ପ୍ରଦାନ ଭଳି ଦୁର୍ନୀତି ସର୍ବାଧିକ ଘଟୁଛି । ଗୁଟେର୍ସ ଦୁର୍ନୀତିକୁ ଅସ୍ଥିରତା ଏବଂ ହିଂସା ସହିତ ସଂଶ୍ଲିଷ୍ଟ କରି କହିଛନ୍ତି, ଅସ୍ତ୍ରଶସ୍ତ୍ର ବେଆଇନ କାରବାର, ନିଶାଦ୍ରବ୍ୟ ଓ ମାନବ ଚାଲାଣ, ଆତଙ୍କବାଦ ଏବଂ ଉଗ୍ରବାଦ ଭଳି ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ଜାତିସଂଘ ନିରାପତ୍ତା ପରିଷଦ ଏବଂ ସାଧାରଣ ସଭା ଜାଣିବାକୁ ପାଇଛି । ଏଣୁ ଏସବୁ ରୋକିବା ଲାଗି ଜାତୀୟ ଦୁର୍ନୀତି ନିବାରଣ କମିସନ ଓ ତଥା ଅନ୍ୟ ବ୍ୟବସ୍ଥାକୁ ମଜବୁତ କରିବା ହେବ । ଏ ବିଷୟରେ ତୃଣମୂଳସ୍ତରରୁ ଲୋକଙ୍କୁ ସଚେତନ ଓ ସଶକ୍ତିକରଣ କରିବାକୁ ହେବ ବୋଲି ଗୁଟେର୍ସ ଦର୍ଶାଇଛନ୍ତି । ଏହି ଅବସରରେ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗ ଉଠାଇ ସେ କହିଛନ୍ତି, ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଗାମୀ ୨୦୨୦ ସୁଦ୍ଧା ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାନଗଲେ ଭବିଷ୍ୟତରେ ପରିସ୍ଥିତି ଅଣାୟତ ହୋଇପଡିବ ।

error: Thank You Keep Visiting