ଉଗ୍ର ରୂପ ନେଉଛି ସାମୁଦ୍ରିକ ଝଡ଼ ଫ୍ଲୋରେନ୍ସ

An Independent Media

ୱାଶିଂଟନ : ଆମେରିକାର ପଶ୍ଚିମ ପଟ ଆଟଲାଣ୍ଟିକ୍ ମହାସାଗରରେ ସୃଷ୍ଟି ଲଘୁଚାପ ଅବପାତର ରୂପ ନେଇ ସାମୁଦ୍ରିକ ଝଡ଼ରେ ପରିବର୍ତ୍ତିତ ହୋଇଛି । ଏହି ଝଡ଼ର ନାମ ଫ୍ଲୋରେନ୍ସ ରଖାଯାଇଛି । ଗୁରୁବାର ରାତିରେ କିମ୍ବା ଶୁକ୍ରବାର ସକାଳେ ଏହା ଆମେରିକାର ଦକ୍ଷିଣ-ପଶ୍ଚିମ ଭୂଖଣ୍ଡକୁ ସ୍ପର୍ଶ କରିବ ବୋଲି ପୂର୍ବାନୁମାନ କରାଯାଇଛି । ଏବେ ଏହି ସାମୁଦ୍ରିକ ଝଡ଼ ଘଣ୍ଟାକୁ ୭୫ କିଲୋମିଟର ବେଗରେ ଗତି କରୁଛି । ସୋମବାର ରାତି ସୁଦ୍ଧା ଫ୍ଲୋରେନ୍ସ ଆମେରିକା ଭୂଭାଗଠାରୁ ୭୫୦ କିଲୋମିଟର ଦୂରରେ ଥିଲା । ଆଟଲାଣ୍ଟିକ ମହାସାଗରରେ ବରମୁଣ୍ଡ ଟ୍ରାଙ୍ଗେଲର ଦକ୍ଷିଣ-ପୂର୍ବରେ ଅତିକ୍ରାନ୍ତ କରି ଏହା ଆମେରିକା ଭୂଭାଗକୁ ଛୁଇଁବ । ସେତେବେଳକୁ ସାମୁଦ୍ରିକ ଝଡ଼ ଅଧିକ ଶକ୍ତିଶାଳୀ ଓ ଭୟଙ୍କର ହୋଇଯାଇଥିବ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି । ଫ୍ଲୋରେନ୍ସ ଭୂଭାଗ ଛୁଇଁବା ପରେ ଘଣ୍ଟା ପ୍ରତି ୨୨୦ କିଲୋମିଟର ବେଗରେ ପବନ ବହିବ ଓ ମୂଷଳ ଧାରାରେ ବର୍ଷା ହେବୟ ଝଡ଼ ପରିସର ମଧ୍ୟରେ ଆସିବାକୁ ଥିବା ଅଞ୍ଚଳର ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ନିର୍ଦେଶ ଦିଆଯାଇଛି । ଦକ୍ଷିଣ କାରୋଲିନା ଗଭର୍ଣ୍ଣର ହେନେରି ମ୍ୟାକମାଷ୍ଟର ଲୋକଙ୍କ ସୁରକ୍ଷା ପାଇଁ ସମ୍ଭାବ୍ୟ ପଦକ୍ଷେପ ନେବାକୁ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି । ଫ୍ଲୋରେନ୍ସ ଝଡ଼କୁ ୪ ନମ୍ବର ବିପଦ ସଂକେତ ବୋଲି ଅଭିହିତ କରାଯାଇଛି ଓ ଏହା ପରିସର ମଧ୍ୟରେ ଆସୁଥିବା ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଛି । ଫ୍ଲୋରେନ୍ସ ପ୍ରଭାବରେ ପଶ୍ଚିମ ଆଟଲାଣ୍ଟିକରୁ ଆରମ୍ଭ କରି ଦକ୍ଷିଣ-ପୂର୍ବ ଆମେରିକା କ୍ଷତିଗ୍ରସ୍ତ ହେବେ । ଉତ୍ତର-ଦକ୍ଷିଣ କାଲିଫର୍ଣ୍ଣିଆ, ଭର୍ଜିନିଆ ଗଭର୍ଣ୍ଣର ରାଜ୍ୟରେ ବିପର୍ଯ୍ୟୟ ପ୍ରସ୍ତୁତି ପାଇଁ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି । ଆମେରିକା ତଟରକ୍ଷୀ ବାହିନୀ ଏବଂ ନୌସେନାକୁ ସଜାଗ ରହିବାକୁ କୁହାଯାଇଛି । ବନ୍ୟା ପାଇଁ ସଜାଗ ରହିବାକୁ କୁହାଯାଇଛି ।

error: Thank You Keep Visiting