ମାଲ୍ୟା ମିଥ୍ୟା କହି ଏହାର ଫାଇଦା ହାସଲ କରିବାକୁ ଚାହୁଁଛନ୍ତି : ଜେଟଲି

An Independent Media

ନୂଆଦିଲ୍ଲୀ: ଆଜି ବ୍ରିଟିଶ କୋର୍ଟରେ ଶୁଣାଣି ପରେ ମଦ ସମ୍ରାଟ ବିଜୟ ମାଲ୍ୟା କହିଥିଲେ ଯେ ବିଦେଶ ଛାଡିବା ପୂର୍ବରୁ ସେ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଭେଟିଥିଲେ । ଏବେ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ନିଜ ବ୍ଲଗରେ ଲେଖି ମାଲ୍ୟାଙ୍କ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଅରୁଣ ଜେଟଲୀ ଲେଖିଛନ୍ତି ଯେ ବିଜୟ ମାଲ୍ୟା କହିଲେ ଯେ ଭାରତ ଛାଡିବା ପୂର୍ବରୁ ସେଟେଲମେଣ୍ଟ ଅଫରକୁ ନେଇ ସେ ମୋତେ ଭେଟିଥିଲେ । ତଥ୍ୟାତ୍ମକ ଭାବେ ମାଲ୍ୟାଙ୍କ ଏହି ବୟାନ ସଂପୂର୍ଣ୍ଣ ମିଛ ଅଟେ । ୨୦୧୪ରୁ ଏ ପର‌୍ୟ୍ୟନ୍ତ ମୁଁ ମାଲ୍ୟାଙ୍କୁ ଭେଟିବା ପାଇଁ କୌଣସି ଆପୋଏଟମେଣ୍ଟ ଦେଇନାହିଁ । ଏମିତିରେ ମୋତେ ସେ ଭେଟିଥିବାର ପ୍ରଶ୍ନ ହିଁ ଉଠୁନାହିଁ ।
ନିଜ ବ୍ଲଗରେ ଜେଟଲୀ ଲେଖିଛନ୍ତି ଯେ ସେ ରାଜ୍ୟସଭାର ସଦସ୍ୟ ଥିଲେ ଏବଂ କେବେ କେବେ ଗୃହକୁ ଆସୁଥିଲେ । ଗୃହର କାର୍ଯ୍ୟ ସରିବା ପରେ ଥରୁଟିଏ ସେ ନିଜର କୋଠରୀ ଅଭିମୁଖେ ଯାଉଥିଲେ । ସେହି ସମୟରେ ମାଲ୍ୟା ଦୌଡ଼ି ଦୌଡ଼ି ମୋ ପାଖକୁ ଆସିଥିଲେ । ସେହି ସମୟରେ ସେ କହିଥିଲେ ଯେ ମୁଁ ସେଟେଲମେଣ୍ଟ ପାଇଁ ଅଫର ପ୍ରସ୍ତୁତ କରୁଛି । ମୁଁ ତାଙ୍କର ଅଫରକୁ ଜାଣିବାକୁ ମଧ୍ୟ ଚେଷ୍ଟା କରି ନଥିଲି । ମୁଁ ମାଲ୍ୟାଙ୍କୁ କହିଥିଲି ଯେ ମୋ ସାମ୍ନାରେ ଅଫର ରଖିବାର କୌଣସି ଅର୍ଥ ନାହିଁ । ଆପଣଙ୍କୁ ଏହି କଥା ବ୍ୟାଙ୍କ ସାମ୍ନାରେ ରଖିବା ଉଚିତ୍ । ଏହି ସମୟରେ ମାଲ୍ୟା ନିଜ ସହିତ ନେଇ ଆସିଥିବା କାଗଜପତ୍ର ମଧ୍ୟ ନେଇ ନଥିବା ଜେଟଲୀ କହିଛନ୍ତି ।
ଜେଟଲୀ କହିଛନ୍ତି ଯେ ମାଲ୍ୟା ରାଜ୍ୟସଭା ସଦସ୍ୟ ରୂପେ ମୋତେ ଗୃହରେ କିଛି କ୍ଷଣ ଭେଟି ଏହାର ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି । ଏହି ମାମଲାରେ ତାଙ୍କୁ ମୁଁ ଆପଏଟମେଣ୍ଟ ଦେବାର ପ୍ରଶ୍ନ ହିଁ ଉଠୁନାହିଁ ।

error: Thank You Keep Visiting