ଦୁଇଟି ପୃଥକ ଅଭିଯାନରେ ୩ ଆତଙ୍କବାଦୀଙ୍କର ମୃତ୍ୟୁ

An Independent Media

ଜମ୍ମୁ: ଜମ୍ମୁ-କାଶ୍ମୀରରେ ଦୁଇଟି ପୃଥକ ଅଭିଯାନରେ ବାରମୁଲ୍ଲା ଏବଂ ଜମ୍ମୁରେ ୩ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି । ଉତ୍ତର କାଶ୍ମୀରର ବାରମୁଲ୍ଲା ଜିଲ୍ଲା ଅନ୍ତର୍ଗତ ସୋପର ଅଞ୍ଚଳର ଚେକିପୋରା ଶେଖପୋରା ଅଞ୍ଚଳରେ ଏକ ଅଭିଯାନରେ ଜୈସେ-ଇ ମହମ୍ମଦର ୨ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି । ସେହିପରି ଜମ୍ମୁ ଜିଲ୍ଲାର ଝଜର୍ କୋଟଲୀ ଅଞ୍ଚଳରେ ଅନ୍ୟ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଛି ।
ବାରମୁଲ୍ଲା ଜିଲ୍ଲାରେ ମୃତ୍ୟୁ ଘଟିଥିବା ୨ ଜଣ ଆତଙ୍କବାଦୀଙ୍କର ପରିଚୟ ମିଳିଛି । ପୁଲିସ ବିଭାଗର ଜଣେ ମୁଖପାତ୍ର କହିଛନ୍ତି ଯେ ସେମାନଙ୍କ ମଧ୍ୟରୁ ଜଣେ ହେଉଛି ଅଲୀ ଅତହର ଏବଂ ଅନ୍ୟ ଜଣେ ଜିଆ-ଉର-ରେହମାନ । ଅଲୀ ଜୈସେ-ଇ ମହମ୍ମଦର ଜଣେ ଗୁରୁତ୍ୱପୂର୍ଣ୍ଣ କମାଣ୍ଡର ଏବଂ ସୋପର ଆଇଇଡି ବିସ୍ଫୋରଣ ମାମଲାର ମାଷ୍ଟର ମାଇଣ୍ଡ । ଯେଉଁଥିରେ ୪ ଜଣ ପୁଲିସ କର୍ମୀ ସହିଦ ହୋଇଥିଲେ । ନିରାପତ୍ତା ସୂତ୍ରରୁ ମିଳିଥିବା ଖବର ଅନୁସାରେ ଆରାମ୍ପୋରା ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବାର ଜଣାପଡ଼ିବା ପରେ ସମଗ୍ର ଅଞ୍ଚଳକୁ ଘେରାଉ କରାଯାଇଥିଲା । ଗତ ରାତିରେ କିଛି ସମୟପାଇଁ ଗୁଳି ବିନିମୟ ଚାଲିଥିଲା । ପରେ ପୁଲିସ୍ ସମଗ୍ର ଅଞ୍ଚଳରୁ ସାଧାରଣ ଲୋକମାନଙ୍କୁ ଖାଲି କରିଦେଇଥିଲା । ଏହାପରେ ଆତଙ୍କବାଦୀ ଓ ଯବାନମାନଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଯାଇଥିଲା । ସଂଘର୍ଷରେ ସେହି ଦୁଇଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି । ସୋପୋର୍ ଓ ଆଖପାଖ ଅଞ୍ଚଳରେ ଇଣ୍ଟରନେଟ ସେବା ଉପରେ କଟକଣା ଜାରି କରାଯାଇଛି ।
ଅନ୍ୟପକ୍ଷରେ ଜମ୍ମୁ ଜିଲ୍ଲାର ଝଜର୍ କୋଟଲୀ ଅଞ୍ଚଳରେ ଆତଙ୍କବାଦୀ ଓ ନିରାପତ୍ତା ବାହିନୀ ମଧ୍ୟରେ ଆଉ ଏକ ସଂଘର୍ଷରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଛି । ସେହି ଅଞ୍ଚଳକୁ ଘେରାଓ କରାଯାଇ ଗତକାଲିଠାରୁ ଖୋଜାଖୋଜି ଜାରି ରହିଥିଲା । ତେବେ ଗୁରୁବାର ସକାଳୁ ଗଳି ବିନିମୟ ସମୟରେ ଆତଙ୍କବାଦୀର ମୃତ୍ୟୁ ଘଟିଛି । ତେବେ ଏହି ଘଟଣା ପରେ ବୈଷ୍ଣୋଦେବୀ ପୀଠ ଓ କଟ୍ରା ଅଞ୍ଚଳରେ ସତର୍କତା ଜାରି କରାଯାଇଛି ଓ ଆଖପାଖ ଅଞ୍ଚଳର ସ୍କୁଲ ଗୁଡ଼ିକୁ ବନ୍ଦ୍ କରି ଦିଆଯାଇଛି ।

error: Thank You Keep Visiting