ରାହୁଲଙ୍କର ହୱାଲା କମ୍ପାନୀ ସହ ସମ୍ପର୍କ ଅଛି:ସମ୍ବିତ ପାତ୍ର

An Independent Media

ନୂଆଦିଲ୍ଲୀ: ବିଜେପି ପ୍ରବକ୍ତା ସମ୍ବିତ ପାତ୍ର କଂଗ୍ରେସ ଏବଂ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପରକୁ ଆକ୍ରମଣ କରିଛନ୍ତି । ସେ ଏକ ପ୍ରେସ କନଫରେନ୍ସରେ କହିଛନ୍ତି କି, ଉଦୟ ଶଙ୍କର ମହାବର ନିଜ କବୁଲନାମାରେ କହିଥିଲେ ଯେ, ତାଙ୍କ ପାଖରେ ୨୦୦ କମ୍ପାନୀ ରହିଛି । ରାହୁଲ ଗାନ୍ଧୀ ଏହି କମ୍ପାନୀଠାରୁ କୋଟିଏ ଟଙ୍କାର ଋଣ ନେଇଥିଲେ । ଏହି କମ୍ପାନୀ ଜରିଆରେ ରାହୁଲ ୫ହଜାର କୋଟି ଟଙ୍କାର ଦୂରୁପେଯାଗ କରିଛନ୍ତି । ତାଙ୍କର ହୱାଲା(ଦୁର୍ନୀତି) କମ୍ପାନୀ ସହ ସମ୍ପର୍କ ଅଛି ଏବଂ ଶୈଳ କମ୍ପାନୀ ତାଙ୍କୁ ଏକ କୋଟି ଟଙ୍କାର ଋଣ ଦେଇଥିଲା ।
ସମ୍ବିତ ପାତ୍ର କହିଛନ୍ତି ଯେ, କିଙ୍ଗଫିସର ଏୟାରଲାଇନ୍ସକୁ ନେଇ ରାହୁଲ ଗାନ୍ଧୀ ବ୍ୟାକ୍ ଫୁଟରେ ପହଂଚିଛନ୍ତି । ଏମିତି ଜଣା ପଡୁଛି ଯେ, କିଙ୍ଗଫିସରର ମାଲିକାନା ବିଜୟମାଲ୍ୟାଙ୍କ ପାଖରେ ନୁହେଁ ବରଂ ରାହୁଲଙ୍କ ପାଖରେ ରହିଛି । ଏୟାରଲାଇନ୍ସ ଗାନ୍ଧି ପରିବାର ପାଇଁ ବହୁ ଲାଭଦାୟକ ହୋଇଛି । କିଙ୍ଗଫିସର ପାଇଁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ନିୟମ ବଦଳିଛି । ରାହୁଲ ଗାନ୍ଧୀ କିଙ୍ଗଫିସର ସାହାଯ୍ୟରେ ମାଗଣାରେ ଯାତ୍ରା କରୁଛନ୍ତି । ଏହି ଏୟାରଲାଇନ୍ସକୁ ରକ୍ଷା କରିବା ସରକାରଙ୍କ ଉଦ୍ଦେଶ୍ୟ ଥିଲା । ସମ୍ବିତ ଅଭିଯୋଗ କରିଛନ୍ତି କି, ବିଜୟ ମାଲ୍ୟା ରାହୁଲଙ୍କ ପରିବାର ଦ୍ୱାରା ଆଶୀର୍ବାଦ ପ୍ରାପ୍ତ କରିଛନ୍ତି ।

error: Thank You Keep Visiting