ମୋଦି ମୁର୍ଖ ଏବଂ ଅସଭ୍ୟ : ସଞ୍ଜୟ ନିରୁପମ

An Independent Media

ମୁମ୍ବଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅତ୍ୟନ୍ତ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି କଂଗ୍ରେସ ନେତା ସଞ୍ଜୟ ନିରୁପମ । କଂଗ୍ରେସର ମୁମ୍ବଇ ୟୁନିଟ୍ ମୁଖ୍ୟ ଥିବା ସଞ୍ଜୟ ବୁଧବାର ମୋଦୀଙ୍କୁ ଜଣେ ଅପାଠୁଆ ଓ ଅସଭ୍ୟ (ଅନପଢ-ଗୱାର) ବୋଲି କହିଛନ୍ତି । ମୋଦୀଙ୍କ ସ୍କୁଲ ଜୀବନୀ ଉପରେ ପ୍ରସ୍ତୁତ ଏକ ପ୍ରାମାଣିକ ଚଳଚ୍ଚିତ୍ର ମୁମ୍ବଇର ସ୍କୁଲଗୁଡିକରେ ପ୍ରଦର୍ଶନ କରାଯିବାକୁ ସଞ୍ଜୟ ବିରୋଧ କରି ଏପରି କହିଛନ୍ତି । ସେ କହିଛନ୍ତି ଯେ ଅପାଠୁଆ ଓ ଅସଭ୍ୟ ଲୋକଙ୍କ ବାବଦରେ ଜାଣି ପିଲାମାନଙ୍କର କ’ଣ ଲାଭ ହେବ । ମୋଦୀଙ୍କ ଉପରେ ଚଳଚ୍ଚିତ୍ର ପ୍ରସ୍ତୁତ କରି ସ୍କୁଲଗୁଡିକରେ ପ୍ରଦର୍ଶନ କରାଯାଉଛି । ଏହା ସମ୍ପୂର୍ଣ୍ଣ ଭୁଲ ଅଟେ । ପିଲାମାନଙ୍କୁ ରାଜନୀତିଠାରୁ ଦୂରେଇ ରଖାଯିବା ଦରକାର ବୋଲି ସଞ୍ଜୟ କହିଛନ୍ତି ।

error: Thank You Keep Visiting