ଚାରୋଟି ଗୋଡ ଥିବା ନବଜାତ ଶିଶୁକୁ ଦେଖି ଲୋକେ ଆଚମ୍ବିତ

An Independent Media

ଗୋରଖପୁର: ଉତ୍ତର ପ୍ରଦେଶର ଗୋରଖପୁର ଜିଲ୍ଲାରେ ଚାରୋଟି ଗୋଡ ଥିବା ନବଜାତ ଶିଶୁକୁ ଦେଖି ଲୋକେ ଆଚମ୍ବିତ ହୋଇ ପଡିଛନ୍ତି । ଗୋରଖପୁର ଜିଲ୍ଲାର ସହଜନୱାଁ ଥାନା ଅନ୍ତର୍ଗତ ଜିଗିନା ଗାଁରେ ଜନ୍ମ ହୋଇଥିବା ଏହି ନବଜାତ ଶିଶୁକୁ ଦେଖି ଲୋକେ ଏହା ଭଗବାନଙ୍କ କରିସ୍ମା କହୁଛନ୍ତି । ସହଜନୱାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜନ୍ମ ହୋଇଥିବା ନବଜାତର ଚାରୋଟି ଗୋଡ ଓ ଦୁଇଟି ଲିଙ୍ଗ ରହିଛି । ଯାହାକୁ ଦେଖି ଡାକ୍ତରଙ୍କ ସହ ଗାଁ ଲୋକେ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ଶିଶୁର ସ୍ଥିତି ଦେଖି ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।
ମିଳିଥିବା ସୂଚନାନୁସାରେ ଜିଗିନା ଗାଁରେ ଭୂଲନ ନିଷାଦ ନିଜର ପତ୍ନୀ ରମ୍ଭାଙ୍କ ସହିତ ରୁହନ୍ତି । ଭୂଲନ ମଜୁରୀ କରି ନିଜ ପରିବାରର ଭରଣପୋଷଣ କରନ୍ତି । ଏହି କ୍ରମରେ ଭୂଲନଙ୍କ ଗର୍ଭବତୀ ପତ୍ନୀଙ୍କ ପ୍ରସବକାଳୀନ ଯନ୍ତ୍ରଣା ଆରମ୍ଭ ହେବା ପରେ ତାଙ୍କୁ ସହଜୱାଁ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।
ଶନିବାର ଭୂଲନଙ୍କ ପତ୍ନୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି । ଯେଉଁ ଶିଶୁର ଦୁଇ ଜାଗାରେ ଚାରୋଟି ଗୋଡ ରହିଛି ଏବଂ ଦୁଇଟି ଲିଙ୍ଗ ରହିଛି । ଏହା ଦେଖି ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ପଡ଼ିଥିଲେ । ଏହି ଖବର ଗାଁ ଲୋକଙ୍କୁ ମିଳିବା ପରେ ଶିଶୁକୁ ଦେଖିବା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ମାତ୍ର ଶିଶୁର ସ୍ଥିତିକୁ ଦେଖି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

error: Thank You Keep Visiting