ପ୍ରେମ ବିବାହର କରୁଣ ପରିଣତି;ଗର୍ଭବତୀ ମହିଳାଙ୍କ ସମ୍ମୁଖରେ ସ୍ୱାମୀଙ୍କୁ ହତ୍ୟା

An Independent Media

ତେଲେଙ୍ଗାନା: ଭିନ୍ନ ଜାତିରେ ବିବାହ କରିବାର ପରିଣତି ଦେଖିବାକୁ ମିଳିଛି ତେଲେଙ୍ଗାନାର ନାଲଗୋଣ୍ଡା ଜିଲା ମିରୟାଲଗୁଡା ଟାଉନରେ ଗର୍ଭବତୀ ପତ୍ନୀଙ୍କ ଆଖି ଆଗରେ ହିଁ ତାଙ୍କ ସ୍ୱମୀଙ୍କୁ ହତ୍ୟା କରାଯାଇଛି । ଘଟଣା ପ୍ରତିବାଦରେ ସ୍ଥାନୀୟ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସିସିଟିଭିରେ ଏହି ଘଟଣା ରେକର୍ଡିଂ ହୋଇଛି ।
ସିସିଟିଭିର ଫୁଟେଜରୁ ମିଳିଥିବା ଭିଡିଓ ରେକର୍ଡିଂରେ ଦେଖାଯାଇଛି ଯେ ୨୩ ବର୍ଷ ବୟସ୍କ ପ୍ରଣୟ କୁମାର ତାଙ୍କ ଗର୍ଭବତୀ ପତ୍ନୀ ଅମୃତା ବର୍ଷିନୀଙ୍କୁ ନେଇ ଡାକ୍ତରଖାନା ଯାଉଥିବାବେଳେ ହଠାତ ପଛପଟରୁ ଜଣେ ବ୍ୟକ୍ତି ଏକ ଧାରୁଆ ଅସ୍ତ୍ରରେ ପ୍ରଣୟଙ୍କୁ ଆକ୍ରମଣ କରିଥିଲା । ଏହି ଦୃଶ୍ୟ ଦେଖି ଅମୃତା ଅଚେତ ହୋଇପଡ଼ିଥିଲେ । ଡାକ୍ତରଖାନାରେ ଚେତା ଫେରିବା ପରେ ସେ ଏହି ଘଟଣା ପାଇଁ ତାଙ୍କ ବାପା ଓ ଦାଦାଙ୍କୁ ଦାୟୀ କରିଛନ୍ତି । ଅନ୍ୟ ଜାତିରେ ବିବାହ କରିଥିବାରୁ ପ୍ରଣୟଙ୍କୁ ଛାଡ଼ପତ୍ର ଦେବା ଓ ଗର୍ଭପାତ କରାଇବା ପାଇଁ ପରିବାର ଲୋକେ ଅମୃତାଙ୍କ ଉପରେ ଚାପ ପକାଉଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ଅମୃତାଙ୍କ ବାପା ମାରୁତି ରାଓ ଓ ଦାଦା ଶ୍ରବଣଙ୍କୁ ପୁଲିସ ଗିରଫ କରିଛି ।
ପ୍ରଣୟ ଓ ଅମୃତାଙ୍କ ମଧ୍ୟରେ ସ୍କୁଲ୍ ସମୟରୁ ପ୍ରେମ ସମ୍ପର୍କ ଥିଲା । ପ୍ରଣୟ ଅନୁସୂଚିତ ଜାତିର ହୋଇଥିବା ବେଳେ ଅମୃତା ବୈଶ୍ୟ ଜାତିର । ଦୁଇ ପକ୍ଷର ପରିବାରର ବିରୋଧ ସତ୍ତେ୍ୱ ସେମାନେ ଗତ ୮ ମାସ ତଳେ ବିବାହ କରିଥିଲେ ।

error: Thank You Keep Visiting