ପ୍ରେମ ନିବେଦନକୁ ଅସ୍ୱୀକାର କରି ଜୀବନ ହାରିଲେ ଯୁବତୀ

An Independent Media

ଇନ୍ଦୋର: ପ୍ରେମ ନିବେଦନକୁ ଅସ୍ୱୀକାର କରିବାରୁ ଜଣେ ଯୁବତୀଙ୍କୁ ଜୀବନ ହାରିବାକୁ ପଡିଛି । ଏଭଳି ଏକ ଦୁଃଖଦ ଘଟଣା ମଧ୍ୟପ୍ରଦେଶର ଇନ୍ଦୋରରେ ଘଟିଯାଇଛି । ଗୋଟିଏ ଶ୍ରେଣୀରେ ପାଠ ପାଢୁଥିବା ଜଣେ ଯୁବକ ଅନ୍ୟ ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ । ଯୁବତୀ ଜଣଙ୍କ ଏହାକୁ ଅସ୍ୱୀକାର କରିଥିଲେ । ଏହାର କିଛି ଦିନ ପରେ ଯୁବକ ଜଣଙ୍କ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା କରିଛନ୍ତି । ଏହି ଘଟଣାରେ ପୁଲିସ ଅଭିଯୁକ୍ତ କମଲେଶ ସାହୁ(୨୪) ଙ୍କୁ ଗିରଫ କରିଛି । ଗିରଫ ପୂର୍ବରୁ କମଲେଶ ସ୍ଥାନୀୟ ଅଞ୍ଚଳର ଏକ ହୋଟେଲରେ ୱେଟର ଭାବେ କାର୍ଯ୍ୟ କରୁଥିଲେ ବୋଲି ଜଣାପଡିଛି ।
ଏକ ତରଫା ପ୍ରେମର ଏଭଳି ଏକ କରୁଣ ପରିଣତି ଦେଖିବାକୁ ମିଳିଛି । ଗିରଫ ପରେ ପୁଲିସକୁ ଦେଇଥିବା କମଲେଶଙ୍କ ବୟାନ ଅନୁଯାୟୀ, ଗୁରୁବାର ରାତିରେ ସେ ସୁପ୍ରିୟା ଜୌନ(୨୪) ନାମକ ଜଣେ ଯୁବତୀଙ୍କୁ ଏକ ଧାରୁଆ ଅସ୍ତ୍ରରେ ପ୍ରାୟ ୪୦ ଥର ଆଘତ କରି ତାଙ୍କୁ ହତ୍ୟା କରିଥିଲେ । ସୁପ୍ରିୟ ଜୌନ ସ୍ଥାନୀୟ ଏକ ଘରୋଇ ଅନୁଷ୍ଠାନରେ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି । ପୂର୍ବରୁ କମଲେଶ ବାରମ୍ବାର ପ୍ରେମ ନିବେଦନ କରିଥିଲେ ମଧ୍ୟ ସୁପ୍ରିୟା ଏହାକୁ ସ୍ୱୀକାର କରିନଥିଲେ । ଉଭୟ ଦାମୋହ ଜିଲାରେ ଥିବା ନବୋଦୟ ସ୍କୁଲରେ ପଢୁଥିବାବେଳେ ସୁପ୍ରିୟା କମଲେଶଙ୍କ ପ୍ରେମକୁ ଅସ୍ୱୀକାର କରିବାରୁ ସେ ନିଜ ହାତ ଶିରା କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହି ଘଟଣା ପରେ କମଲେଶ ସୁପ୍ରିୟାଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବା ସହ ତାଙ୍କୁ ପିଛା ମଧ୍ୟ କରୁଥିଲେ ।

error: Thank You Keep Visiting