ଯୋଗ୍ୟତା ୮ମ ପାସ୍, ପେଶା ରାଜନେତା, ଆୟ ଲକ୍ଷ ଲକ୍ଷ

An Independent Media

ନୂଆଦିଲ୍ଲୀ: ସମଗ୍ର ଦେଶରେ ବିଧାୟକଙ୍କ ମାସିକ ଆୟ ୨୪.୫୯ଲକ୍ଷ ଟଙ୍କା ଥିବା ବେଳେ ଗୁଜୁରାଟର ଅଶିକ୍ଷିତ ଏବଂ ସ୍କୁଲ ଶିକ୍ଷା ପ୍ରାପ୍ତ ବିଧାୟକଙ୍କର ଆୟ ଉଚ୍ଚ ଡିଗ୍ରୀଧାରୀ ବିଧାୟକମାନଙ୍କଠାରୁ ବହୁ ଅଧିକ ରହିଛି । ସୋମବାର ଦିନ ଏକ ରିପୋର୍ଟ ଅନୁସାରେ ଏହି ଖବର ସାମ୍ନାକୁ ଆସିଛି । ସବୁଠୁ ଆଶ୍ଚର୍ଯ୍ୟପୂର୍ଣ୍ଣ କଥା ହେଉଛି ଯେ, ସେମାନଙ୍କ ମଧ୍ୟରୁ ୮ମ ପାସ୍ ବିଧାୟକଙ୍କ ଆୟ ପାଖାପାଖି ୯୦ଲକ୍ଷ ଟଙ୍କା । ସୂଚନାନୁଯାୟୀ, ନିର୍ବାଚନ ସୁଧାର ନିମିତ କାର୍ଯ୍ୟ କରୁଥିବା ବେସରକାରୀ ସଂଗଠନ ଏଡିଆର ଏବଂ ଜାତୀୟ ନିର୍ବାଚନ ଆୟୋଗ ଏହି ତଥ୍ୟର ପରିପ୍ରକାଶ କରିଛି ।

ପ୍ରାପ୍ତ ତଥ୍ୟ ମୁତାବକ ୬୩ଜଣ ବିଧାୟକଙ୍କର ବାର୍ଷିକ ଆୟ ୧୪.୩୭ଲକ୍ଷ ରହିଛି ଏବଂ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା ଓ ପେଶା ବିଷୟରେ ମଧ୍ୟ ସେଥିରେ ଉଲ୍ଲେଖ କରାଯାଇଛି । ସୂଚନାନୁଯାୟୀ, ଧନୀ ବିଧାୟକଙ୍କ ସୂଚୀରେ କର୍ଣ୍ଣାଟକ ଉପରେ ରହିଥିବା ବେଳେ ସେଠାକାର ୨୦୩ଜଣ ବିଧାୟକ ବାର୍ଷିକ ଆୟ ୧କୋଟି ୧୧ଲକ୍ଷ ଟଙ୍କା ଥିବା ବେଳେ ଛତିଶଗଡର ୬୩ଜଣ ବିଧାୟକଙ୍କ ବାର୍ଷିକ ଆୟ ୫.୪ଲକ୍ଷ ଟଙ୍କା ରହିଛି । ଏବଂ ଗୁଜୁରାଟରେ ୧୮୨ଜଣ ବିଧାୟକଙ୍କ ମଧ୍ୟରୁ ୧୬୧ଜଣଙ୍କର ବାର୍ଷିକ ଆୟ ୧୮.୮୦ ଲକ୍ଷ ଟଙ୍କା ରହିଛି ୟ ପୂର୍ବାଞ୍ଚଳ ଗୁଡିକରେ ୬୧୪ ଜଣ ବିଧାୟକଙ୍କ ସବୁଠୁ କମ୍ ଆୟ ୮.୫ଲକ୍ଷ ଟଙ୍କା ରହିଥିବା ବେଳେ ଦକ୍ଷିଣ ରାଜ୍ୟ ଗୁଡିକରେ ୭୧୧ଜଣ ବିଧାୟକଙ୍କ ବାର୍ଷିକ ଆୟ ୫୧.୯୯ ଲକ୍ଷ ଟଙ୍କା ରହିଛି ।

error: Thank You Keep Visiting