ନୱାଜଙ୍କ ସମେତ ତାଙ୍କ ଝିଅ ଏବଂ ଜ୍ୱାଇଁଙ୍କ ଦଣ୍ଡାଦେଶକୁ ରଦ୍ଦକଲେ ଇସଲାମବାଦ ହାଇକୋର୍ଟ

An Independent Media

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସମେତ ତାଙ୍କ ଝିଅ ମରିୟମ ଏବଂ ଜ୍ୱାଇଁଙ୍କ ଦଣ୍ଡାଦେଶକୁ ଇସଲାମବାଦ ହାଇକୋର୍ଟ ରଦ୍ଦ କରିଛି । ଏନଫିଲ୍ଡ ପ୍ରୋଜେକ୍ଟ ମାମଲାରେ ଦୋଷୀ ଘୋଷିତ ହେବା ପରେ ପାକିସ୍ତାନ ସାଧାରଣ ନିର୍ବାଚନ ପୂର୍ବରୁ ନୱାଜ ସରିଫଙ୍କ ପରିବାରକୁ ଜେଲ ପଠାଯାଇଥିଲା ।

ଆଜି ଇସଲାମବାଦ ହାଇକୋର୍ଟର ନ୍ୟାୟଧୀଶ ଅତହର ମିନ୍ନାଲାହ ଏବଂ ହସନ ଔରଙ୍ଗଜେବଙ୍କ ଶୁଣାଣୀରେ ନୱାଜ ସରିଫଙ୍କ ଦଣ୍ଡାଦେଶକୁ ରଦ୍ଦ କରାଯାଇଛି । ସୂଚନାନୁଯାୟୀ, ଜୁଲାଇ ୬ରୁ ନୱାଜ ସରିଫ, ମରିୟମ ଏବଂ ତାଙ୍କ ପତି କ୍ୟାପଟେନ ସଫଦର ଦୋଷୀ ଘୋଷିତ ହୋଇଥିଲେ ।

ତାଙ୍କ ପରିବାର ବିରୁଦ୍ଧରେ ଲଣ୍ଡନରେ ୪ଟି ଲଗଜୁରୀ ଫ୍ଲାଟର ମାଲିକାନା ଥିବା ଆରୋପ କରାଯାଇଛି । ପାକିସ୍ତାନରେ ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ନୱାଜ ସରିଫ ସରେଣ୍ଡର କରିଥିଲେ । ଫଳରେ ତାଙ୍କୁ ରାୱଲପିଣ୍ଡିର ଆଦିୟାଲା ଜେଲରେ ରହିବାକୁ ପଡିଥିଲା । ଅଦାଲତ ନୱାଜଙ୍କୁ ୧୦ବର୍ଷ, ମରିୟମଙ୍କୁ ୭ବର୍ଷ ଏବଂ ସଫଦରଙ୍କୁ ୧ବର୍ଷ ସଜ୍ଜା ଶୁଣାଇଥିଲେ । କିନ୍ତୁ ଏବେ ଇସଲାମବାଦ ହାଇକୋର୍ଟ ଏହି ଦଣ୍ଡାଦେଶକୁ ରଦ୍ଦ କରିଛନ୍ତି ।

error: Thank You Keep Visiting