ହନିଟ୍ରାପ୍, ଫସିଗଲେ ବିଏସ୍ଏଫ ଯବାନ ଅଚ୍ୟୁତାନନ୍ଦ

An Independent Media

ନୂଆଦିଲ୍ଲୀ: ହନିଟ୍ରାପ୍ ମାମଲାରେ ଜଣେ ବିଏସଏଫ ଯବାନଙ୍କୁ ୟୁପି ଏଟିଏସ ନୋଏଡାରୁ ଗିରଫ କରିଛି । ସେ ମହିଳାଙ୍କ ସହ ସମ୍ପର୍କ ସ୍ଥାପନ କରିବା ସହ ଗୋପନୀୟ ସୂଚନା ଆତଙ୍କୀ ସଙ୍ଗଠନ ଆଇଏସଆଇକୁ ଯୋଗାଉଥିବା ଅଭିଯୋଗ ହୋଇଛି । ୟୁପି ଡିଜିପି ଓପି ସିଂ ଆଜି ଏକ ସମ୍ବାଦିକ ସମ୍ମିଳନୀ କରି କହିଛନ୍ତି କି, ବିଏସଏଫ ଯବାନ ଅଚ୍ୟୁତାନନ୍ଦ ମିଶ୍ର ଯୁବତୀଙ୍କ ନାମରେ ଫେକ୍ ଫେସବୁକ୍ ଆଇଡି କରି ବିଭିନ୍ନ ବିଛିନ୍ନତାବାଦୀ ନେତାଙ୍କ ସହ ଆଲୋଚନା କରିବା ସହ ସେନା ସହ ଜଡିତ ଅନେକ ସୂଚନା ପାକ୍ ଗୁଇନ୍ଦା ବିଭାଗ ଆଇଏସଆଇକୁ ପ୍ରଦାନ କରୁଥିଲେ ।
ଡିଜିପି କହିଛନ୍ତି କି, ଗିରଫ ହୋଇଥିବା ଯବାନ ମଧ୍ୟପ୍ରଦେଶର ରେବା ଅଞ୍ଚଳରେ ରହୁଛନ୍ତି । ସେ ୨୦୦୬ରେ ସେନାରେ ଯୋଗ ଦେଇଥିଲେ । ତାଙ୍କ ମୋବାଇଲ ଏବଂ ଫେସବୁକ ଆଇଡିରୁ ଅନେକ ପ୍ରମାଣ ମିଳିଛି । ସେ ଯେଉଁ ଆତଙ୍କୀ ସଂଗଠନ ସହ କଥା ହେଉଥିଲେ ତାଙ୍କ ନମ୍ବର ପାକିସ୍ତାନୀ ବନ୍ଧୁ ନାମରେ ଫୋନରେ ସେଭ୍ ଥିଲା । ଏହା ସହ ଅଚ୍ୟୁତାନନ୍ଦ ନିଜ ଦୋଷକୁ ସ୍ୱୀକାର କରିଛନ୍ତି । ତାଙ୍କ ବିରୋଧରେ ଅନେକ ଦଫା ଲଗାଯାଇଛି । ଏଟିଏସ ଉପାଧ୍ୟକ୍ଷ ମନୀଷ ସୋନକରଙ୍କ ଏକ ଟିମ୍ ତାଙ୍କୁ ଗିରଫ କରିଥିବା ଡିଜିପି ସୂଚନା ଦେଇଛନ୍ତି ।

error: Thank You Keep Visiting