ଗୋଆ ରାଜନୈତିକ ଗତିବିଧୀକୁ ସମୀକ୍ଷା କରିବେ ଅମିତ୍ ଶାହା

An Independent Media

ନୂଆଦିଲ୍ଲୀ: ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ବର୍ତମାନ ଚିକିତ୍ସା ପାଇଁ ଦିଲ୍ଲୀରେ ଅଛନ୍ତି । ତାଙ୍କ ଅନୁପସ୍ଥିତିରେ କଂଗ୍ରେସ ରାଜ୍ୟରେ ସରକାର ଗଢିବା ପାଇଁ ଅଣ୍ଟା ଭିଡିଛି । ଏହା ମଧ୍ୟରେ ବିଜେପି ଅଧ୍ୟକ୍ଷ ଅମିତ ଶାହା ଆଜି ପାର୍ଟିର ନେତା ଏବଂ ଅନ୍ୟ ସହଯୋଗୀ ଦଳମାନଙ୍କ ସହ ଆଲୋଚନା କରିଛନ୍ତି ।

ସେ ଗୋଆରେ ଚାଲିଥିବା ରାଜନୈତିକ ଗତିବିଧୀକୁ ସମୀକ୍ଷା କରିବେ ବୋଲି ଜଣାପଡିଛି । ଅନ୍ୟପକ୍ଷରେ ମହାରାଷ୍ଟ୍ର ଗୋମନ୍ତକ ପାର୍ଟିର ମୁଖ୍ୟ ଏସ୍ ଧବଲିକରଙ୍କୁ ଉପ ମୁଖ୍ୟମନ୍ତ୍ରୀ କରିବା ପ୍ରସ୍ତାବକୁ ବିଜେପିର ସହଯୋଗୀ ଦଳ ଆଗ୍ରାହ୍ୟ କରିବା ପରେ ଶାହ ବିଜୟ ସରଦେଶାଇଙ୍କ ସହ ଫୋନ ଯୋଗେ ଆଲୋଚନା କରିଛନ୍ତି । ସରଦେଶାଇ ଗୋଆ ଫରୱାଡ୍ କ୍ଲବର ମୁଖ୍ୟ ରହିଛନ୍ତି ।

ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ମେଡିକାଲରେ ଭର୍ତ୍ତି ହେବାପରେ ରାଜ୍ୟରେ ରାଜନୀତି ସରଗରମ ରହିଛି । ଏହା ପରେ କଂଗ୍ରେସ ରାଜ୍ୟରେ ସରକାର ଗଠନ କରିବାକୁ ଜୋର କରିଛି । ଏହା ମଧ୍ୟରେ କଂଗ୍ରେସ ବିଧାୟକ ଗତକାଲି ରାଜ୍ୟପାଳ ମୃଦୁଳା ସିହ୍ନାଙ୍କୁ ଭେଟିଥିଲେ । ବିଧାନସଭା ଭଙ୍ଗ ନକରି କଂଗ୍ରେସ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବା ସହ ବିଜେପି ସରକାରର ଫ୍ଲୋର ଟେଷ୍ଟ୍ କରିବା ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି କରିଛି ।

error: Thank You Keep Visiting