ସ୍ତ୍ରୀର ସମଲିଙ୍ଗୀ ସମ୍ପର୍କକୁ ନେଇ ଦ୍ୱନ୍ଦ୍ୱରେ ସ୍ୱାମୀ ଓ ପୋଲିସ୍

An Independent Media

କାନପୁର: ଉତ୍ତରପ୍ରଦେଶର କାନପୁରରେ ସମଲିଙ୍ଗୀ ସମ୍ବନ୍ଧକୁ ନେଇ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଯେଉଁଠି ଜଣେ ସ୍ୱାମୀ ନିଜ ପତ୍ନୀଙ୍କୁ ସମଲିଙ୍ଗୀ ବୋଲି ଥାନାରେ ଅଭିଯୋଗ କରିଛି । ସ୍ୱାମୀଙ୍କୁ ଛାଡ଼ି ପତ୍ନୀ ତାଙ୍କ ସମ୍ପର୍କିୟ ଭଉଣୀଙ୍କ ସହ ସମ୍ପର୍କ ସ୍ଥାପନ କରୁଛନ୍ତି ବୋଲି ଥାନାରେ ଅଭିଯୋଗ ହୋଇଛି ।
ଦିନେ ଘରେ ଫେରି ତାଙ୍କ ପତ୍ନୀଙ୍କ ସହ ସମ୍ପର୍କିୟା ଭଉଣୀଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖି ସ୍ୱାମୀ ଘଟଣା ସମ୍ପର୍କରେ ଜାଣି ପାରିଥିଲେ । ଏହାକୁ କେନ୍ଦ୍ର କରି ସ୍ୱାମୀଜଣକ ନିଜ ପତ୍ନୀ ଓ ଭଉଣୀଙ୍କୁ ଧମକଚମକ ଦେବା ସହ ବୁଝାଇବାକୁ ଚେଷ୍ଟା କରିଥିଲେ । ତେବେ ପତ୍ନୀ ଓ ଭଉଣୀ ପାଲଟା ଆତ୍ମହତ୍ୟା କରିବାର ଧମକ ଦେଇ ସ୍ୱାମୀଙ୍କୁ ଚୁପ୍ କରାଇ ଦେଇଥିଲେ ।
ପରେ ଏହି ମାମଲା ପରିବାରବର୍ଗ ଜାଣିବା ପରେ ଉଭୟଙ୍କୁ ବୁଝେଇବାକୁ ଉଦ୍ୟମ ଆରମ୍ଭ ହୋଇଥିଲା । ତେବେ ଉଭୟଙ୍କ ମଧ୍ୟରୁ କେହି ପରିବାରବର୍ଗଙ୍କ କଥା ଶୁଣି ନଥିଲୋ ଶେଷରେ ବାଧ୍ୟ ହୋଇ ସ୍ୱାମୀ ଥାନାର ଦ୍ୱାରସ୍ଥ ହୋଇଥିଲେ ।
ପୁଲିସ ସୂଚନାନୁଯାୟୀ ଅଭିଯୋଗକାରୀଙ୍କ ବିବାହ ୫ମାସ ପୂର୍ବେ ଫତେପୁର ନିବାସୀ କନ୍ୟାଙ୍କ ସହ ହୋଇଥିଲା । ବିବାହର କିଛି ଦିନ ମଧ୍ୟରେ ହିଁ ପତ୍ନୀ ସ୍ୱାମୀଙ୍କୁ ଛାଡ଼ି ଘର ନିକଟରେ ଥିବା ସମ୍ପର୍କିୟା ଭଉଣୀଙ୍କ ସହ ଅଧିକ ସମୟ ବିତାଇବା ଆରମ୍ଭ କରିଦେଇଥିଲେ । ଏହି ଘଟଣା ଗୋପନରେ ଚାଲିଥିବାବେଳେ ସୁପ୍ରିମ କୋର୍ଟର ରାୟ ପ୍ରକାଶ ପାଇବା ପରେ ଉଭୟେ ଖୋଲାଖୋଲି ଭାବେ ନିଜ ସମ୍ପର୍କକୁ ସ୍ୱୀକାର କରିବା ଆରମ୍ଭ କରି ଦେଇଥିଲେ ।
ସ୍ୱାମୀ ବାହାରକୁ ଗଲା ମାତ୍ରେ ପତ୍ନୀ ସମ୍ପର୍କିୟା ଭଉଣୀ ଘରକୁ ଚାଲିଯାଏ ବୋଲି ସ୍ୱାମୀ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି । ଏହି ଘଟଣା ଆଖପାଖ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି । ଅଞ୍ଚଳବାସୀ ଉଭୟଙ୍କ ଏଭଳି କାର୍ଯ୍ୟକଳାପ ପାଇଁ ସେମାନଙ୍କ ପରିବାରବର୍ଗଙ୍କୁ ସାମାଜିକ ବାସନ୍ଦ କରିବାକୁ ଯୋଜନା କରୁଛନ୍ତି । କାନପୁର ଏସପି(ରୁରାଲ) ପ୍ରଦ୍ୟୁମ୍ନ ସିଂହ ଏ ସମ୍ପର୍କରେ ସୂଚନା ଦେଇ ପତିଙ୍କ ଅଭିଯୋଗ ଗ୍ରହଣ କରାଯାଇଛି ବୋଲି ପ୍ରକାଶ କରିଛନ୍ତି । ତେବେ ସୁପ୍ରିମ କୋର୍ଟର ଆଇନକୁ ତର୍ଜମା କରିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ସିଂହ ପ୍ରକାଶ କରିଛନ୍ତି ।

error: Thank You Keep Visiting