ପରମାଣୁ ନିରସ୍ତ୍ରୀକରଣ ରାଜିନାମାରେ ସ୍ୱାକ୍ଷର କଲେ ଉତ୍ତର ଓ ଦକ୍ଷିଣ କୋରିଆ

An Independent Media

ସିଓଲ : କୋରିଆ ଉପମହାଦେଶରୁ ସଙ୍କଟର ଅବସାନ ଏବଂ ପରମାଣୁ ନିରସ୍ତ୍ରୀକରଣ, ସାମରିକ ଉତ୍ତେଜନା ହ୍ରାସ ରାଜିନାମାରେ ଉତ୍ତର କୋରିଆ ଶାସକ କିମ୍ ଜଙ୍ଗ୍ ଉନ୍ ଓ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍ ଜାଏ ଇନ୍ ସ୍ୱାକ୍ଷର କରିଛନ୍ତି । ମୁନ୍ କହିଛନ୍ତି, ଟୋଙ୍ଗ୍ଚାଙ୍ଗ୍-ରି କ୍ଷେପଣାସ୍ତ୍ର ପରୀକ୍ଷଣ ସ୍ଥଳୀ ଓ କ୍ଷେପଣାସ୍ତ୍ର ଉତକ୍ଷେପଣ ବ୍ୟବସ୍ଥାକୁ ସବୁଦିନପାଇଁ ବନ୍ଦ୍ କରିବା ଲାଗି ଶ୍ରୀ କିମ୍ ରାଜି ହୋଇଛନ୍ତି । ଏହି କେନ୍ଦ୍ରଗୁଡ଼ିକ କାର୍ଯ୍ୟକ୍ଷମ ନଥିବା ସଂକ୍ରାନ୍ତରେ କଥାବାର୍ତ୍ତାରେ ସାମିଲ୍ ଥିବା ଦେଶଗୁଡ଼ିକର ବିଶେଷଜ୍ଞମାନଙ୍କ ଦ୍ୱାରା ପରୀକ୍ଷା କରାଯିବ । ଆମେରିକା ଯଦି ସମାନ ପ୍ରକାର ପଦକ୍ଷେପ ନିଏ, ତେବେ ୟୋଙ୍ଗବାୟୋନସ୍ଥିତ ଉତ୍ତର କୋରିଆର ସର୍ବବୃହତ୍ ପରମାଣୁ କେନ୍ଦ୍ରକୁ ବନ୍ଦ୍ କରିବାପାଇଁ ଶ୍ରୀ କିମ୍ ଇଚ୍ଛା ପ୍ରକଟ କରିଛନ୍ତି ।

error: Thank You Keep Visiting