ଖୁବଶୀଘ୍ର ତାମିଲ ଓ ସଂସ୍କୃତରେ କଥା ହେବେ ଗାଈ : ସ୍ୱାମୀ ନିତ୍ୟାନନ୍ଦ

An Independent Media

ନୂଆଦିଲ୍ଲୀ : କିଛି ବର୍ଷ ହେବ ଯୌନ କେଳେଙ୍କାରୀ ଅଭିଯୋଗରେ ଛନ୍ଦି ହୋଇ ରହିଥିବା ଦକ୍ଷିଣ ଭାରତର ଆତ୍ମଘୋଷିତ ଧର୍ମଗୁରୁ ସ୍ୱାମୀ ନିତ୍ୟାନନ୍ଦ ପୁଣି ଏକ ଅଜବ ଦାବି କରି ଚର୍ଚ୍ଚାକୁ ଆସିଛନ୍ତି। ନିତ୍ୟାନନ୍ଦଙ୍କ ଏହି ଦାବିର ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓରେ ସେ ଗାଈଙ୍କୁ ତାମିଲ ଏବଂ ସଂସ୍କୃତ କହିବା ଶିଖାଇପାରିବେ ବୋଲି ଦାବି କରୁଥିବା ଦେଖିବାକୁ ମିଳୁଛି। ସ୍ୱାମୀ ନିତ୍ୟାନନ୍ଦ କହିଛନ୍ତି ଯେ ଖୁବଶୀଘ୍ର ତାମିଲ ଏବଂ ସଂସ୍କୃତରେ କଥା ହୋଇପାରିବା ଭଳି ଗାଈ ଦେଖିବେ।

ମାଙ୍କଡ଼ ଏବଂ ଗାଈ ଭଳି ଜନ୍ତୁଙ୍କ ମନୁଷ୍ୟ ଭଳି କଥା ହେବା ପାଇଁ ଅତିରିକ୍ତ ଅଙ୍ଗ ନାହିଁ। ହେଲେ ଆଧ୍ୟାତ୍ମିକ ପ୍ରକ୍ରିୟାରେ ଗାଈ ମଧ୍ୟରେ କଥା ହୋଇପାରିବାର ଶକ୍ତି ଉତ୍ପର୍ନ କରାଯାଇ ହେବ। ଏହାକୁ ସେ ବିଜ୍ଞାନରେ ପ୍ରମାଣିତ କରିପାରିବେ ବୋଲି ଦାବି କରିଛନ୍ତି। ସଫ୍ଟୱେର ଟେଷ୍ଟ ପରେ ସେ ଏହି କଥା କହୁଛନ୍ତି ବୋଲି ଯୁକ୍ତି ବାଢିଛନ୍ତି। ବର୍ଷେ ମଧ୍ୟରେ ସେ ଏହାକୁ ପ୍ରମାଣିତ କରି ଦେଖାଇବେ ଓ ଏଥିପାଇଁ ସେ ଭୋକାଲ କୋଡ ପ୍ରସ୍ତୁତ କରିବେ ବୋଲି କହିଛନ୍ତି।

error: Thank You Keep Visiting