ଦକ୍ଷିଣ କାଶ୍ମୀର ଅଞ୍ଚଳରେ ପୁଣି ଆତଙ୍କବାଦୀଙ୍କ ବର୍ବରତା

An Independent Media

ଶ୍ରୀନଗର: ଦକ୍ଷିଣ କାଶ୍ମୀର ଅଞ୍ଚଳରେ ପୁଣି ଆତଙ୍କବାଦୀଙ୍କ ବର୍ବରତାର ଉଦାହରଣ ଦେଖିବାକୁ ମିଳିଛି । ଆତଙ୍କବାଦୀମାନେ ତିନି ଜଣ ପୁଲିସ କର୍ମଚାରୀଙ୍କୁ ଅପହରଣ ପରେ ହତ୍ୟା କରିଛନ୍ତି । ସେମାନଙ୍କ ମୃତ ଦେହକୁ ପୁଲିସ ଉଦ୍ଧାର କରିଛି । ମାସେ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଏଭଳି ଘଟଣା ଘଟିଛି । ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ ଦକ୍ଷିଣ କାଶ୍ମୀରର ସୋଫିଆନରେ ସ୍ପେଶାଲ୍ ପୁଲିସ ଫୋର୍ସର ଚାରି ଜଣ ପୁଲିସ କର୍ମଚାରୀଙ୍କୁ ଆତଙ୍କବାଦୀମାନେ ଅପହରଣ କରି ନେଇଥିଲେ ।

ସେମାନଙ୍କ ମଧ୍ୟରୁ ଜଣଙ୍କୁ ସୁରକ୍ଷାକର୍ମୀମାନେ ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ମୁକୁଳାଇବାରେ ସକ୍ଷମ ହୋଇଥିବାବେଳେ ଆଉ ତିନିଜଣ ଆତଙ୍କବାଦୀଙ୍କ କବଜ୍ଜାରେ ରହିଥିଲେ । ଏ ସମ୍ପର୍କରେ ସ୍ୱରାଷ୍ଟ୍ର ମନ୍ତ୍ରଳାୟର ଜଣେ ଅଧିକାରୀ କହିଛନ୍ତି ଯେ ଆତଙ୍କବାଦୀମାନେ ଆନ୍ଦୋଳନ ଓ ପଥର ଆକ୍ରମଣକାରୀଙ୍କୁ ଉସ୍କାଇବାରେ ବିଫଳ ହେବା ପରେ ହତୋତ୍ସାହିତ ହୋଇ ପୁଲିସ କର୍ମଚାରୀଙ୍କୁ ଟାର୍ଗେଟ୍ କରିଛନ୍ତି । ଗତ ସପ୍ତାହରେ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ସଂଗଠନ ହିଜବୁଲ୍ ମୁଜାହିଦ୍ଦିନ ପକ୍ଷରୁ ଏକ ଭିଡିଓ ଜାରି କରାଯାଇଥିଲା । ପୁଲିସ କର୍ମଚାରୀମାନେ ଇସ୍ତଫା ଦିଅନ୍ତୁ ନଚେତ ମରିବା ପାଇଁ ପ୍ରସ୍ତୁତ ରୁହନ୍ତୁ ବୋଲି ଉକ୍ତ ଭିଡିଓରେ କୁହାଯାଇଥିଲା । ତିନି ସପ୍ତାହ ତଳେ ତିନି ପୁଲିସ କର୍ମ·ରୀ ଓ ତାଙ୍କର ୮ଜଣ ସମ୍ପର୍କୀୟଙ୍କୁ ଆତଙ୍କବାଦୀମାନେ ଅପହରଣ କରି ନେଇଥିଲେ । ପୁଲିସ କବଜ୍ଜାରେ ଥିବା ଆତଙ୍କବାଦୀଙ୍କ ୧୨ ଜଣ ସମ୍ପର୍କୀୟଙ୍କୁ ମୁକ୍ତ କରାଯିବା ପରେ ଆତଙ୍କବାଦୀମାନେ ପୁଲିସ ଓ ସମ୍ପର୍କୀୟଙ୍କୁ ଛାଡ଼ିଥିଲେ ।

error: Thank You Keep Visiting