ଶାସକ ଦଳର ସମସ୍ତ ଘୋଟାଲାକୁ ପଦାରେ ପକାଇଲେ ପିଏମ୍ ମୋଦୀ

An Independent Media
ତାଲଚେର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଲଚେର ୟୁରିଆ ସାର କାରଖାନର ଭିତି ପ୍ରସ୍ତର ସ୍ଥାପନା କରିବା ପରେ ଏକ ସାଧାରଣ ସଭାକୁ ଉଦବୋଧନ ଦେଇଛନ୍ତି । ଜୟ ଜଗନ୍ନାଥରୁ ଭାଷଣ ଆରମ୍ଭ କରିଥିବା ମୋଦୀ ଅନୁଗୁଳର ଅଧୀଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କୁ ସ୍ମରଣ କରିଥିଲେ । ଏହା ପରେ ସଭାରେ ସେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିବା ସହ ରାଜ୍ୟ ସରକାର କେତେକ ଯୋଜନାରେ ସହଯୋଗ କରୁ ନଥିବା କହିଛନ୍ତି । “ଆୟୁଷ୍ମାନ ଭାରତ ଯୋଜନାରେ ଓଡିଶା କଣ ପାଇଁ ସ୍ଥାନ ପାଉନି ନବୀନ ବାବୁଙ୍କ କଥା କିଛି ବୁଝାପଡୁନି ।
ମୁଁ ମୋର ମିତ୍ର ନବୀନ ପଟ୍ଟନାୟକଙ୍କ ଅନୁରୋଧ କରୁଛି ଆୟୁଷ୍ମାନ ଭାରତ ଯୋଜନାରେ ଓଡିଶାକୁ ସାମିଲ କରି ଲକ୍ଷ ଲକ୍ଷ ଗରିବ ପରିବାରଙ୍କର ସ୍ୱାସ୍ଥ୍ୟର ଚିକିସ୍ତ୍ରା ପାଇଁ ଆର୍ଥୀକ ସୁବିଧା ଯୋଗାଇ ଦିଅନ୍ତୁ ।” ଏମିତି ତିର୍ଯ୍ୟକ ରାଜନୈତିକ ସମାଲୋଚନା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆହ୍ନାନ କରିଥିଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି । ଆହ୍ନାନ କରିବା ସହ ରାଜ୍ୟରେ ହେଉଥିବା ଦୁର୍ନୀତି ସବୁ ଗୋଟି ଗୋଟି ମଂଚରେ ଲୋକଙ୍କୁ କହିଥିଲେ ପ୍ରଧାନମନ୍ତ୍ରୀ । ଓଡିଶାରେ ପାଇଖାନା ଠାରୁ ପକ୍କାଘର ସମସ୍ତ ଯୋଜନାରେ କିପରି ସାଧାରଣ ଗରିବ ଲୋକଙ୍କୁ ପିସି ଦେବାକୁ ପଡୁଛି ସେ କଥା ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ । ଖାଲି ସେତିକିନୁହେଁ ଓମଫେଡ ପଲିଥିନ ସହ କୃଷିୠଣ ହେରଫେର ଦୁର୍ନୀତି କଥା ଉଠାଇଲେ ପ୍ରଧାନମନ୍ତ୍ରୀ ଯେଉଁ ଦୁର୍ନୀତି କଥା କହି ବିଜୁ ଜନତା ଦଳରୁ ବିଦା ହୋଇଥିଲେ ଦାମ ରାଉତ ।
ତାଳଚେରରେ ଯେଉଁ ସମାଲୋଚନା ଥିଲା ତାହା ସୁନ୍ଦରଗଡରେ ଆହୁରି ଶାଣିତ ହେଇଛି । ୨୦୧୯ ନିର୍ବାଚନରେ ବିିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କର ବିଜୁ ଜନତା ଦଳ ପ୍ରତି ଆଭିମୁଖ୍ୟ କଣ ହେବ ତାହା ମଧ୍ୟ ସ୍ପଷ୍ଟ ହୋଇଗଲା । ଆଗରୁ ପ୍ରଧାନମନ୍ତ୍ରୀ ମୋଦି ଯେତେବେଳେ ଦଳୀୟ ସଭାରେ ଆସୁଥିଲେ ସେ ମୁଖ୍ୟମନ୍ତ୍ରୀ ବା ବିଜୁ ଜନତା ଦଳ ଶାସନାଧୀନ ସରକାରଙ୍କୁ ଏତେ ସମାଲୋଚନା କରିନଥିଲେ । କେବଳ ମାତ୍ର ୨ ରୁ ୩ ଧାଡି କହି ବାକି କଂଗ୍ରେସକୁ ବେଶି ସମାଲୋଚନା କରୁଥିଲେ । ହେଲେ ଆଜି ଚିତ୍ର ଥିଲା ପୁରା ଭିନ୍ନ । ପୁରା ବ୍ୟକ୍ତବରେ ୮୦% ସମୟ କେବଳ ଯାଇଥିଲା ରାଜ୍ୟ ସରକାରଙ୍କ ବିଫଳତା ଏବଂ ଦୁର୍ନୀତି କଥା ଉଠାଇବାରେ । ଯାହା ୨୦୧୯ ନିର୍ବାଚନର ବିଗୁଲ ବଜାଇବା ସହ ଆଗରୁ ରହିଥିବା କିଛି ସନ୍ଦେହ ଉପରୁ ପରଦା ଉଠିଛି ।
ବିଜୁ ଜନତା ଦଳର ଭୋଟବ୍ୟାଙ୍କ କୁହାଯାଇଥିବା ଟଙ୍କିକିଆ ଚାଉଳ କଥା ମଧ୍ୟ କହିଛନ୍ତି ମୋଦି ।  ଗରିବଙ୍କୁ ଦିଆଯାଉଥିବା ୧ ଟଙ୍କିଆ ଚାଉଳରେ କେନ୍ଦ୍ର ସରକାର ୨୫ ଟଙ୍କାରୁ ୩୦ ଟଙ୍କା ଦେଉଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କେଉଁଠି ନା କେଉଁଠି ବିଜୁ ଜନତା ଦଳର ଭୋଟ ବ୍ୟାଙ୍କ ଏବଂ ମିଥ୍ୟା ତଥ୍ୟ ଦେଇ ବିଜୁ ଜନତା ଦଳ ଆଉ ଭୋଟ ନପାଉ ଏହି ପ୍ରୟାସ କରିଛନ୍ତି ମୋଦି । ପୁର୍ବରୁ ରାଜ୍ୟ ସଭା ଉପାଧ୍ୟକ୍ଷ ନିର୍ବାଚନ ବେଳେ ବିଜୁ ଜନତା ଦଳର ଏନଡିଏ ପାର୍ଥୀଙ୍କୁ ସମର୍ଥନ ଦେବା ଓ ଅନାସ୍ଥା ପ୍ରସ୍ତାବରେ ବିଜୁ ଜନତା ଦଳ ଭୋଟ ଦେବାରୁ ବିରତ ରହିବା ପରେ ଗୋଟିଏ ସନ୍ଦେହ ସୃଷ୍ଟି ହୋଇଥିଲାକି  ୨୦୧୯ ସାଧାରଣ ନିର୍ବାଚନବେଳେ ହୁଏତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବିନଙ୍କ ଉପରେ ମନୋଭାବ ନରମ ହେବ । ହେଲେ ଆଜିର ତାଳଚେର ଓ ସୁନ୍ଦରଗଡ ସଭାରେ ମୋଦିଙ୍କ ଭାଷଣ ପୁରା ସ୍ପଷ୍ଟ କରିଛିକି ୨୦୧୯ ନିର୍ବାଚନ ଲଢେଇରେ ବିଜେପି ବିଜେଡିକୁ ଗାଦିରୁ ହଟାଇବା ପାଇଁ ପୁରା ଜୋର ଲଗେଇ ଲଢେଇ କରିବ ।
error: Thank You Keep Visiting