୭ମ ଥର ସବୁଠୁ ଧନୀ ତାଲିକାରେ ମୁକେଶ ଅମ୍ବାନୀ,ଜାଣନ୍ତୁ ଦିନକୁ ଆୟ କେତେ?

An Independent Media

ନୂଆଦିଲ୍ଲୀ : ଦେଶର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ଗତ ଏକ ବର୍ଷ ହେବ ଦିନକୁ ୩୦୦ କୋଟି ଟଙ୍କା ଲେଖାଏଁ ବୃଦ୍ଧି ପାଇଛି । ବାର୍କଲେଜ ହୁରୁନ୍ ଇଣ୍ଡିଆ ରିଚ୍ ଲିଷ୍ଟ-୨୦୧୮ରେ ଏହି କଥା ପ୍ରକାଶ ପାଇଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ୩ ଲକ୍ଷ ୭୧ ହଜାର କୋଟି ଟଙ୍କାର ସମ୍ପତ୍ତି ସହ ସପ୍ତମ ଥର ପାଇଁ ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି । ଗୋଟିଏ ବର୍ଷରେ ତାଙ୍କର କମ୍ପାନୀ ସେୟାର ମୂଲ୍ୟ ୪୫% ବୃଦ୍ଧି ପାଇଛି । ତାଙ୍କ ପଛକୁ ଦ୍ୱିତୀୟ, ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ଯଥାକ୍ରମେ ଏସ୍.ପି ହିନ୍ଦୁଜା ଆଣ୍ଡ ଫାମିଲି, ଏଲଏନ୍ ମିତ୍ତଲ ଆଣ୍ଡ ଫାମିଲି ଓ ଅଜିମ ପ୍ରେମଜି ରହିଛନ୍ତି । ସେମାନଙ୍କ ସମ୍ପତ୍ତି ଯଥାକ୍ରମେ ୧ ଲକ୍ଷ ୫୯ ହଜାର କୋଟି, ୧ ଲକ୍ଷ ୧୪ ହଜାର କୋଟି ଏବଂ ୯୬ ହଜାର ୧୦୦ କୋଟି ଟଙ୍କା ରହିଛି । ଏହି ତାଲିକାରେ ୧,୦୦୦ କୋଟି ଅବା ଏହାଠାରୁ ଅଧିକ ମୂଲ୍ୟର ସମ୍ପତ୍ତି ଥିବା ଲୋକଙ୍କୁ ସାମିଲ କରାଯାଇଛି । ୨୦୧୭ରେ ଏହି ତାଲିକାରେ ୬୧୭ ଜଣ ସ୍ଥାନ ପାଇଥିଲାବେଳେ ୨୦୧୮ରେ ଏହା ବଢି ୮୩୧ରେ ପହଞ୍ଚିଛି । ଅର୍ଥାତ ଭାରତରେ ୮୩୧ ଜଣଙ୍କ ନିକଟରେ ୧,୦୦୦ କୋଟି ଅବା ଏହାଠାରୁ ଅଧିକ ଟଙ୍କାର ସମ୍ପତ୍ତି ରହିଛି । ତାଲିକାର ପଞ୍ଚମ ସ୍ଥାନରେ ଦିଲୀପ ସିଂଘଭୀ, ଷଷ୍ଠ ସ୍ଥାନରେ ଉଦୟ କୋଟାକ, ସପ୍ତମରେ ସାଇରସ୍ ଏସ୍ ପୁନାୱାଲା, ଅଷ୍ଟମରେ ଗୌତମ ଆଦାନୀ ଆଣ୍ଡ ଫାମିଲି ଏବଂ ନବମ ସ୍ଥାନରେ ଶାପୁର ପାଲୋନଜି ମିସ୍ତ୍ରି ଅଛନ୍ତି ।

error: Thank You Keep Visiting