ମୁଁ ଭାରତକୁ ଭଲପାଏ;ମୋଦୀ ମୋର ଉତ୍ତମ ବନ୍ଧୁ : ଟ୍ରମ୍ପ

An Independent Media

ୱାଶିଂଟନ୍: ମୁଁ ଭାରତକୁ ଖୁବ୍ ଭଲପାଏ । ପ୍ରଧାନମନ୍ତ୍ରୀ ମୋଦୀ ମୋର ଜଣେ ଉତ୍ତମ ବନ୍ଧୁ ଏବଂ ମୁଁ ତାଙ୍କୁ ସମ୍ମାନ ଦିଏ । ଏଭଳି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଜାତିସଂଘ ସାଧାରଣ ପରିଷଦର ୭୩ତମ ଅଧିବେଶନରେ ଉଦବୋଧନ ଦେଇ ଟ୍ରମ୍ପ ମଞ୍ଚରୁ ଓହ୍ଲାଉଥିବାବେଳେ ଜାତିସଂଘରେ ଅବସ୍ଥାପିତ ଆମେରିକାର ଦୂତ ନିକି ହାଲେ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ସ୍ୱାଗତ ପୂର୍ବକ ଟ୍ରମ୍ପଙ୍କ ସହିତ ପରିଚିତ କରାଇଥିଲେ । ଏହି ସମୟରେ ସୁଷୋମା ଟ୍ରମ୍ପଙ୍କୁ ମୋଦୀଙ୍କ ଶୁଭେଚ୍ଛା ଆଣିଥିବା ଜଣାଇବା ମାତ୍ରେ ଟ୍ରମ୍ପ ଉପରୋକ୍ତ ମନ୍ତବ୍ୟ ଦେଇଥିଲେ । ଉଲ୍ଲେଖଯୋଗ୍ୟ କି ସୋମବାର ଏହି ଅଧିବେଶନ ଆରମ୍ଭ ହୋଇଛି ଓ ସୁଷମା ଏଥିରେ ବିଶ୍ୱରେ ଦେଖାଦେଇଥିବା ମାଦକ ଦ୍ରବ୍ୟ କାରବାର ରୋକିବା ଦିଗରେ ମିଳିତ କାର୍ଯ୍ୟାନୁଷ୍ଠାନ ପାଇଁ ଆହ୍ୱାନ ଦେଇଛନ୍ତି ।

error: Thank You Keep Visiting