ଚାଲିଥିବା ରାଫେଲ ଝଡ଼କୁ ନେଇ ମୁହଁ ଖୋଲିଲେ ଭଦ୍ରା

An Independent Media

ନୂଆଦିଲ୍ଲୀ: ରାଫେଲ ରାଜିନାମା ମାମଲାରେ ବିଜେପିର ଅଭିଯୋଗକୁ ଖାରଜ କରି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ଜ୍ାଇଁ ରବର୍ଟ ଭଦ୍ରା ବୁଧବାର ସରକାରଙ୍କ ଉପରେ ରାଜନୈତିକ ବିଦ୍ୱେଷ ତଥା ପ୍ରତିଶୋଧପରାୟଣ ହୋଇ ପଦକ୍ଷେପ ନେଉଥିବା ଅଭିଯୋଗ କରିଛନ୍ତି । ଭଦ୍ରା ଅଭିଯୋଗ କରିଛନ୍ତି ଯେ, ବିଜେପି ଯେବେ କୌଣସି ପ୍ରସଙ୍ଗରେ ଫସେ ସେହି ସମୟରେ ତାଙ୍କ ନାମ ଜପିବାକୁ ଲାଗେ । ଭଦ୍ରା ଏକ ବୟାନରେ କହିଛନ୍ତି କି ଆରମ୍ଭରେ ବିଜେପିର ଅଭିଯୋଗ ମୋତେ ଚକିତ କରିଥିଲା । ମାତ୍ର ଏବେ ଏହା ପୂରା ତମାସା ପରି ଲାଗୁଛି ।

ବିଜେପି ଯେବେ ଫସେ ସେହି ସମୟରେ ମୋ ନାମ ହିଁ ନେଇଥାଏ । ସେ ଟଙ୍କାର ବିନିମୟ ମୂଲ୍ୟ ହ୍ରାସ ହେଉ କି ପେଟ୍ରୋଲିୟମ ଉତ୍ପାଦର ମୂଲ୍ୟ ବୃଦ୍ଧି ହେଉ କିମ୍ବା ନିକଟରେ ରାଫେଲ ରାଜିନାମା ପ୍ରସଙ୍ଗ ହେଉ । ଏହି ସବୁ ପ୍ରସଙ୍ଗରେ ବିଜେପି ବିଫଳ ହେବା ପରେ ମୋ ନାମ ନେଉଛି । ସେ କହିଛନ୍ତି ଯେ ବିଜେପି ପାଖରେ ସମସ୍ତ ଏଜେନ୍ସି ଅଛନ୍ତି । ବର୍ତ୍ତମାନର ସରକାର ଓ ବିଜେପି ବେଶ ଭଲ ଭାବେ ଜାଣିଥିବେ ଯେ ରାଜନୈତିକ ବିଦ୍ୱେଷ କାରଣରୁ ସେମାନେ ମୋ ପଛରେ ପଡ଼ି ରହିଛନ୍ତି । ମିଥ୍ୟାର ଆଶ୍ରୟ ନନେଇ ବିଜେପିକୁ ୫୬ ଇଞ୍ଚ ଛାତିର ସାହାସ ଦେଖାଇବା ଉଚିତ୍ ଓ ଦେଶକୁ ରାଫେଲ ବିଷୟରେ ସତ୍ୟ କହିବା ଉଚିତ୍ । ଲୋକେ ସେହି କଥାକୁ ବାରମ୍ବାର ଶୁଣି ଥକି ଗଲେଣି ।
ଉଲ୍ଲେଖଯୋଗ୍ୟ ବିଜେପି ଅଭିଯୋଗ କରିଛି ଯେ ୟୁପିଏ ସରକାର ଭଦ୍ରାଙ୍କ ମିତ୍ର ସଞ୍ଜୟ ଭଣ୍ଡାରୀଙ୍କ କମ୍ପାନୀକୁ ରାଫେଲ ରାଜିନାମାରେ ଅଂଶୀଦାର କରିବାକୁ ଚାହୁଁଥିଲା । କଂଗ୍ରେସ ସେହି ସମୟରେ ରାଜିନାମାକୁ ବଦଳାଇ ଭଣ୍ଡାରୀଙ୍କ କମ୍ପାନୀକୁ ସାମିଲ କରିବାକୁ ଚାହୁଁଥିଲା ।

error: Thank You Keep Visiting