ଜାତି ଭିତ୍ତିକ ପଦୋନ୍ନତି ସଂରକ୍ଷଣକୁ ଉଛେଦ କଲେ ସୁପ୍ରିମକୋର୍ଟ

An Independent Media

ନୂଆଦିଲ୍ଲୀ: ଜାତି ଭିତ୍ତିକ ସଂରକ୍ଷଣ ପ୍ରସଙ୍ଗରେ ସୁପ୍ରିମକୋର୍ଟ ବୁଧବାର ରାୟ ଶୁଣାଇଛନ୍ତି । କୌଣସି ସରକାରୀ ଚାକିରିର ପଦୋନ୍ନତି କ୍ଷେତ୍ରରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ପାଇଁ ଜାତି ଭିତ୍ତିକ ସଂରକ୍ଷଣ ବ୍ୟବସ୍ଥା ରହିବ ନାହିଁ ବୋଲି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ରାୟ ଦେଇଛନ୍ତି । ଖଣ୍ଡପୀଠରେ ବିଚାରପତି କୁରିଆନ୍ ଯୋଶେଫ୍, ଆର ଏଫ୍ ନରିମାନ୍, ଏସ କେ କୌଲ, ଇନ୍ଦୁ ମାଲହୋତ୍ରା ସଦସ୍ୟ ଅଛନ୍ତି । ଏଥିସହିତ ୨୦୦୬ରେ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ଦେଇଥିବା ରାୟକୁ କାଏମ୍ ରଖିଛନ୍ତି । ୨୦୦୬ ରାୟର ପୁନର୍ବିଚାର ପାଇଁ ୭ ଜଣିଆ ଖଣ୍ଡପୀଠ ଗଠନ ପାଇଁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଅବଶ୍ୟ ରାଜ୍ୟମାନେ ଚାହିଁଲେ ସେମାନେ ସ୍ୱତନ୍ତ୍ର ସଂରକ୍ଷଣ ନୀତି ଓ ଚାକିରି ପଦୋନ୍ନତିରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

error: Thank You Keep Visiting