ନିର୍ବାଚନ ନିୟମ ଉଲ୍ଲଙ୍ଘନ କରି ଅଡ଼ୁଆରେ ପଡ଼ିଲେ ତେଲଙ୍ଗାନା ବିଧାୟକ

An Independent Media

ହାଇଦ୍ରାବାଦ : ନିର୍ବାଚନ ନିୟମ ଉଲ୍ଲଙ୍ଘନ କରି ତେଲଙ୍ଗାନା ରାଷ୍ଟ୍ରୀୟ ସମିତି (ଟିଆରଏସ୍) ଶାସକ ଦଳର ୟେଲାରେ‡ୀ ବିଧାୟକ ରବୀନ୍ଦ୍ର ରେ‡ୀ ତାଙ୍କୁ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ଜିତାଇବା ପାଇଁ ଭୋଟରଙ୍କୁ ୫ ଲକ୍ଷ ଟଙ୍କା ଯାଚୁଥିବାର ଏକ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି । ଏହି ଭିଡ଼ିଓରେ ଦେଖିବାକୁ ମିଳୁଛି ଯେ ରବୀନ୍ଦ୍ର ରେ‡ି କେତେକ ଗ୍ରାମବାସୀଙ୍କୁ ଏକାଠି କରି ତାଙ୍କୁ ପୁନଃ ବିଧାୟକ ଭାବେ ଜିତାଇବାକୁ କହୁଛନ୍ତି । ଏଥିପାଇଁ ସେ ଗ୍ରାମବାସୀଙ୍କୁ ୫୦ଟି ଦଳରେ ଭାଗ ହୋଇ ବୈଠକ ଓ ଅନ୍ୟାନ୍ୟ କାର୍ଯ୍ୟ କରିବାକୁ କହୁଛନ୍ତି ।

ଅପ୍ରତିଦ୍ୱନ୍ଦ୍ୱୀ ଭାବେ ବିଧାୟନସଭାକୁ ନିର୍ବାଚିତ ହେଲେ ଗ୍ରାମବାସୀଙ୍କୁ ୫ ଲକ୍ଷ ଟଙ୍କା ଦେବେ ବୋଲି ରବୀନ୍ଦ୍ର କହୁଥିବାର ଦେଖିବାକୁ ମିଳୁଛି । ଏହାସହ ଟିଆରଏସ୍ ବିଧାୟକମାନେ ନିର୍ବାଚନ ନିୟମ ଭଙ୍ଗ କରୁଥିବାର ତୃତୀୟ ଘଟଣା କ୍ୟାମେରାରେ ଉତ୍ତୋଳିତ ହୋଇଛି । ଏହା ପୂର୍ବରୁ ତେଲଙ୍ଗାନା ପରିବହନ ମନ୍ତ୍ରୀ ପି ମହେନ୍ଦର ରେ‡ୀ, ଆରମୋର ବିଧାନସଭା ମଣ୍ଡଳୀରୁ ଟିଆରଏସ୍ ପ୍ରାର୍ଥୀ ଏ ଜିଭନ ରେ‡ୀ ପ୍ରମୁଖ ନିର୍ବାଚନ ନିୟମର ଉଲ୍ଲଙ୍ଗନ କରିଛନ୍ତି । ଏନେଇ ତେଲଙ୍ଗାନା କଂଗ୍ରେସ ପକ୍ଷରୁ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ତେଲଙ୍ଗାନା ବିଧାନସଭା ଆଗୁଆ ଭଙ୍ଗ ହେବା ପରେ ଗୁରୁବାରଠାରୁ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ଏହି ସବୁ ଭିଡ଼ିଓ ବିଧାନସଭା ଭଙ୍ଗା ହେବା ପୂର୍ବର ବୋଲି କୁହାଯାଉଛି ।

error: Thank You Keep Visiting