ଶରୀର ଶୁଦ୍ଧି ନାମରେ ବାବାଙ୍କ ଯୌନ କ୍ରୀଡ଼ା

Straight to the Point

ନୂଆଦିଲ୍ଲୀ: ବାବାମାନଙ୍କ କୁକର୍ମ ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି । ପ୍ରତିଦିନ ଏଭଳି ଭଣ୍ଡ ବାବାଙ୍କ ବିଷ୍ୟରେ ଟିଭି, ଖବର କାଗଜ, ସୋସିଆଲ ମିଡିଆରେ ଭାଇରାଲ ହେଉଥିଲେ ମଧ୍ୟ ଆମ ଶିକ୍ଷିତ ସମାଜ ଏପରି ଅନ୍ଧବିଶ୍ୱାସ ଜାଲରେ ଛନ୍ଦି ହେଉଛି । ଏବେ ଦିଲ୍ଲୀର ଜନକପୁରୀ ଅଞ୍ଚଳରେ ରହୁଥିବା ଯୋଗ ଗୁରୁ ହରି ନାରାୟଣ ବାବାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଦିଲ୍ଲୀ ପୋଲିସ ଗିରଫ କରିଛି । ପୋଲିସ ପୀଡିତାର ବୟାନ ଆଧାରରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ବାବାକୁ ନୈନିତାଲରୁ ଗିରଫ କରିଛି । ୨୪ବର୍ଷ ବୟସ୍କା ଏହି ପୀଡିତା ଜଣେ ଶିକ୍ଷୟିତ୍ରୀ ଅଟନ୍ତି ।

ପୀଡିତାଙ୍କ କହିବା ଅନୁସାରେ ଅଳ୍ପଦିନ ତଳେ ଦିଲ୍ଲୀ-ଏନସିଆର ଅଞ୍ଚଳରେ ଥିବା ସ୍କୁଲରେ ସେ ଶିକ୍ଷକତା କରିବା ଆରମ୍ଭ କରିଥିଲେ । ସେଠାରେ ତାଙ୍କର ଜଣେ ବରିଷ୍ଠ ଶିକ୍ଷୟିତ୍ରୀ ସୁଜାତାଙ୍କ ସହ ବନ୍ଧୁତା ହୋଇଥିଲା । ମଝିରେ ମଝିରେ ବିନା କାରଣରେ ସେ ଅସୁସ୍ଥ ହୋଇପଡୁଥିବାରୁ ବରିଷ୍ଠ ଶିକ୍ଷୟିତ୍ରୀ ସୁଜାତା ତାଙ୍କୁ ହରି ନାରାୟଣ ବାବାଙ୍କ ଆଧ୍ୟାତ୍ମିକ ଚିକିତ୍ସା ସଂପର୍କରେ କହିଥିଲେ କି ଶରୀର ଶୁଦ୍ଧି ହୋଇଗଲେ ଆଉ ଶରୀର ଅସୁସ୍ଥ ହେବ ନାହିଁ । ହରି ନାରାୟଣଙ୍କ ଚିକିତ୍ସାରେ ସଫଳତା ଶହେ ପ୍ରତିଶତ ବୋଲି ସୁଜାତା ବାରମ୍ବାର ତାଙ୍କୁ ବୁଝାଇବା ସହ ହରି ନାରାୟଣଙ୍କ ଆଶ୍ରମକୁ ଯିବା ଲାଗି ପ୍ରବର୍ତ୍ତାଇଥିଲେ ।

ଫଳରେ ଆଶ୍ରମକୁ ଯିବା ପାଇଁ ସେ ରାଜି ହୋଇଥିଲେ । ଆଶ୍ରମକୁ ଯିବା ପୂର୍ବରୁ କେବଳ ଫଳାହାର କରି ରହିବା ପାଇଁ ତାଙ୍କୁ ସୁଜାତା କହିଥିଲେ । ଫଳରେ ଯେଉଁଦିନ ଆଶ୍ରମକୁ ଯିବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା ସେହିଦିନ ସେ ସଂପୂର୍ଣ୍ଣ ଫଳାହାର କରି ରହିଥିଲେ । ଅପରାହ୍ନରେ ସ୍କୁଲ ଛୁଟି ହେବାପରେ ସେ ସୁଜାତାଙ୍କ ସହ ହରି ନାରାୟଣଙ୍କ ଆଶ୍ରମରେ ପହଞ୍ଚିଥିଲେ । ସେଠାରେ ବାବାଙ୍କର ଜଣେ ମହିଳା ସଚିବ ସହ ଦେଖାହେଲା । ତାଙ୍କ ସହ ଦୀର୍ଘ ସମୟ ବିଭିନ୍ନ ପ୍ରସଙ୍ଗରେ କଥାବାର୍ତ୍ତା କରିଥିଲେ । ବହୁତ ବିଳମ୍ବ ହେବା ସହ ସେ ଥକିପଡିଥିବାରୁ ଆଉ ଦିନେ ବାବଙ୍କ ପାଖକୁ ଆସିବେ ବୋଲି କହି ଘରକୁ ଯିବାକୁ ବାହାରିଥିଲେ ।

ତେବେ ଚିକିତ୍ସା ରାତିରେ ହେବ ଏବଂ ଆଶ୍ରମରେ ରାତିସାରା ରହିବାକୁ ପଡିବ ବୋଲି ବରିଷ୍ଠ ଶିକ୍ଷୟିତ୍ରୀ ତାଙ୍କୁ କହିଥିଲେ । ଆଶ୍ରମରେ ରାତିରେ ରହିବା ପାଇଁ ପ୍ରଥମେ ସେ ମନା କରିଥିଲେ । କିନ୍ତୁ ସୁଜାତା ତାଙ୍କୁ ବୁଝାସୁଝା କରିବା ପରେ ସେ ରାଜି ହୋଇଥିଲେ । ରାତି ପ୍ରାୟ ସାଢେ ୮ଟା ବେଳକୁ ବାବାଙ୍କ ମହିଳା ସେକ୍ରେଟାରୀ ତାଙ୍କୁ ତଳେ ସୁଆଇ ଦେଇ ଦେହର ବିଭିନ୍ନ ଅଙ୍ଗକୁ ଅଦ୍ଭୁତ ଭାବେ ଯାଞ୍ଚ କରିଥିଲେ ଏବଂ କହିଥିଲେ ଯେ, ତାଙ୍କ ଶରୀରର ନିମ୍ନ ଭାଗରେ ଥିବା ଇନ୍ଦ୍ରିୟ ଗୁଡିକ ବନ୍ଦ ରହିଛି ଏବଂ ସକ୍ରିୟ ହୋଇନାହିଁ । ତେଣୁ ବାବା ସେ ଇନ୍ଦ୍ରିୟ ଗୁଡିକୁ ସକ୍ରିୟ କରିବେ ଏବଂ ଖୋଲିବେ ।

କିଛି ସମୟ ପରେ ସେ ଶୋଇଥିବା ପ୍ରକୋଷ୍ଠ ମଧ୍ୟକୁ ସୁଜାତା ଅର୍ଦ୍ଧନଗ୍ନ ଅବସ୍ଥାରେ ପ୍ରବେଶ କରିଥିଲେ । ସୁଜାତା ତାଙ୍କ ଦେହର ବିଭିନ୍ନ ଅଂଶକୁ ଆପତ୍ତିଜନକ ଭାବେ ଛୁଇଁବା ଆରମ୍ଭ କରିଥିଲେ । ସେ ଏହାର ପ୍ରତିବାଦ କରିଥିଲେ । କିନ୍ତୁ ସୁଜାତା ତାଙ୍କୁ କହିଥିଲେ ଯେ, ଆଧ୍ୟାତ୍ମିକ ଚିକିତ୍ସା ଏମିତି ହିଁ ହୁଏ । ଏହାପରେ ବାବା ହରି ନାରାୟଣ ମଧ୍ୟ ପ୍ରକୋଷ୍ଠ ମଧ୍ୟକୁ ଉଲଗ୍ନ ଅବସ୍ଥାରେ ପ୍ରବେଶ କରି ତାଙ୍କ ସହ ଦୁଷ୍କର୍ମ କରିଥିଲେ ବୋଲି ପୋଲିସ ଏବଂ ମହିଳା କମିଶନରଙ୍କ ନିକଟରେ ଶିକ୍ଷୟିତ୍ରୀ ଅଭିଯୋଗ କରିଥିଲେ । ବାବା ତାଙ୍କ ସହ ଦୁଷ୍କର୍ମ କରିବାବେଳେ ସୁଜାତା ଏବଂ ବାବାଙ୍କ ମହିଳା ସେକ୍ରେଟାରୀ ତାଙ୍କୁ ସହାୟତା କରିଥିବା ମଧ୍ୟ ସେ ଅଭିଯୋଗ କରିଥିଲେ । ଫଳରେ ବାବା ହରି ନାରାୟଣଙ୍କ ସମେତ ସୁଜାତା ଏବଂ ମହିଳା ସେକ୍ରେଟାରୀକୁ ପୋଲିସ ଗିରଫ କରିଛି ।

error: Thank You Keep Visiting